ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଧନ୍ୟବାଦ ଜଣାଇଲେ ୱେଷ୍ଟଇଣ୍ଡିଜ୍ କ୍ରିକେଟର କ୍ରିସ୍ ଗେଲ । କହିଲେ ଆମ ଦେଶକୁ ଟିକା ଦେଇ ମୋଦି ଦେଇଛନ୍ତି ମହାନତାର ପରିଚୟ ।

369

କନକ ବ୍ୟୁରୋ : ୱେଷ୍ଟଇଣ୍ଡିଜର ଜଣାଶୁଣା କ୍ରିକେଟର ତଥା ବିଶ୍ୱର ବିସ୍ଫୋଟକ ବ୍ୟାଟସ୍ମ୍ୟାନ କ୍ରିସଗେଲ କାରବିଆନ ଦେଶ ବିଶେଷ କରି ଜାମାଇକାକୁ ଭାରତ ଟିକା ପ୍ରେରଣ କରିଥିବାରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ପ୍ରଶଂସା କରିବା ସହ ଧନ୍ୟବାଦ ଜଣାଇଛନ୍ତି ।

ସେ କହିଛନ୍ତି କି ଜାମାଇକାକୁ କରୋନା ଟିକା ପ୍ରେରଣ କରିଥିବାରୁ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି , ଭାରତ ସରକାର ଓ ଭାରତୀୟ ମାନଙ୍କୁ ଧନ୍ୟବାଦ ଜଣାଉଛି । ଗେଲଙ୍କ ପୂର୍ବରୁ ୱେଷ୍ଟଇଣ୍ଡିଜ କ୍ରିକେଟ ଟିମ୍ ର ପୂର୍ବତନ କ୍ୟାପଟେନ ବିବ୍ ରିଚର୍ଡସ୍ ସମତେ ଅନ୍ୟ ୩ ଜଣ କ୍ରିକେଟର ବି ଏନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଧନ୍ୟବାଦ ଜଣାଇଥିଲେ ।

କହିରଖୁ କି ବିଶ୍ୱରେ କରୋନା ମହାମାରୀ ଚାଲିଥିବା ବେଳେ ଭାରତ କରୋନା ବିରୋଧ ଲଢେଇରେ ସବୁଠାରୁ ଆଗରେ ରହିଛି । ଏହାସହ ଭାରତ ସରକାରଙ୍କ ଉଦ୍ୟମରେ ଏବେ ଦେଶରେ ୨ ଟି କରୋନା ଟିକା ଉଦ୍ଭାବନ କରାଯାଇଛି । ଏହି ଟିକା ଭାରତୀୟ ମାନଙ୍କୁ ଦିଆଯିବା ସହ ଭ୍ୟାକସିନ୍ ମିତ୍ର ଅଭିଯାନରେ ଭାରତ ସାମିଲ ହୋଇ ବିଭିନ୍ନ ପଡୋଶୀ ଦେଶ ମାନଙ୍କୁ ଟିକା ପ୍ରେରଣ କରିବାରେ ଲାଗିଛି । ଏହି କ୍ରମରେ ଭାରତରେ ସ୍ୱଦେଶୀ ଜ୍ଞାନ କୌଶଳରେ ନିର୍ମିତ ହୋଇଥିବା ଟିକାକୁ ଭାରତ ସରକାର ୱେଷ୍ଟଇଣ୍ଡିଜକୁ ପଠାଇଛି ।

କେବଳ ୱେଷ୍ଟଇଣ୍ଡିଜ୍ ନୁହେଁ ଭାରତ ସରକାର ଭୁଟାନ, ମାଲଦ୍ୱୀପ, ମରିଶସ୍, ବହରୀନ, ନେପାଳ, ବାଂଲାଦେଶ, ମ୍ୟାଁମାର ଓ ଶ୍ରୀଲଙ୍କା ଭଳି ଦେଶ ମାନଙ୍କୁ ଟିକା ଯୋଗାଉଛି ।