କେନ୍ଦୁଝର କଂଗ୍ରେସରେ ତୁଟୁନି ବିବାଦ, ଟିକେଟ୍ କଟିବା ପରେ ଦଳ ଛାଡିଲେ ମୋହନ ହେମ୍ବ୍ରମ୍ ଓ ତାଙ୍କ ପତ୍ନୀ ,କହିଲେ, ଲଜ୍ଜିତ କରିଛି ଏଆଇସିସିର ନିଷ୍ପତି ।

299

କନକବ୍ୟୁରୋ : କେନ୍ଦୁଝର କଂଗ୍ରେସରେ ତୁଟୁନି କଳି । ଟିକେଟ କଟିବା ପରେ କଂଗ୍ରେସ ଛାଡ଼ିଲେ ମୋହନ ହେମ୍ରମ ଓ ତାଙ୍କ ପତ୍ନୀ ଝୁନା ପଟ୍ଟନାୟକ । ଦଳର ପ୍ରାଥମିକ ସଦସ୍ୟ ପଦରୁ ଉଭୟ ଇସ୍ତଫା ଦେଇଛନ୍ତି । ସାମ୍ବାଦିକ ସମ୍ମିଳନୀ କରି ପିସିସି ସଭାପତି ଶରତ ପଟ୍ଟନାୟକ ଓ ରାଜ୍ୟ ପ୍ରଭାରୀ ଅଜୟ କୁମାରଙ୍କ ଉପରେ ବର୍ଷିଛନ୍ତି ।

ଏଆଇସିସି ନିଷ୍ପତି ଲଜ୍ଜିତ କରିଥିବା ଗଣମାଧ୍ୟମକୁ ପ୍ରତିକ୍ରିୟାରେ କହିଛନ୍ତି ମୋହନ । ପ୍ରଥମେ ଟିକେଟ କାଟି ପରେ କାଟି ଦେବା ନିଷ୍ପତି ନେଇ ସେ ପ୍ରଶ୍ନ ଉଠାଇଛନ୍ତି । ୨୦୧୯ ତେଲକୋଇ ବିଧାନସଭା ପାଇଁ ସେ ପ୍ରସ୍ତୁତ ହେଉଥିଲେ । ସେତେବେଳେ ମଧ୍ୟ ତାଙ୍କୁ ହଠାତ୍ ଲୋକସଭା ପାଇଁ ଲଢିବାକୁ କୁହାଯାଇଥିଲା । ଏଥର ମଧ୍ୟ ପ୍ରାର୍ଥୀ କରିବା ପାଇଁ କଡା ଯାଇଥିଲା । ଏବଂ ସେ ସେଥିପାଇଁ ଦଳକୁ ୫୦ହଜାର ଟଙ୍କା ଦେଇଥିବା କହିଛନ୍ତି ।