ମାଷ୍ଟର ମାଇଣ୍ଡ ସାଜିଥିଲେ ପୂରା ପରିବାର, ସ୍ୱାମୀ,ସ୍ତ୍ରୀ,ଶଳା,ଶାଳୀ ମିଶି ଗଢ଼ିଥିଲେ ଲୁଟେରା ଗ୍ୟାଙ୍ଗ, ମାରଣାସ୍ତ୍ର ସହ ଅନ୍ୟାନ୍ୟ ସାମଗ୍ରୀ ଜବତ ।

543

କନକବ୍ୟୁରୋ :ଟଙ୍କା ଠକିବାର ନୂଆ ଫର୍ମୁଲା । ବଡ଼ ବ୍ୟବସାୟୀଙ୍କୁ ବିଭିନ୍ନ ପ୍ରଲୋଭନ ଦେଇ ଲକ୍ଷ ଲକ୍ଷ ଟଙ୍କା ଲୁଟ୍ । ଟଙ୍କା ବ୍ୟାଗ ବଦଳାଇ ବ୍ୟବସାୟୀଙ୍କୁ ଧଳା କାଗଜ ଭର୍ତି ବ୍ୟାଗ ଧରାଉଥିଲେ ଲୁଟେରା । ଗ୍ୟାଙ୍ଗର ମାଷ୍ଟର ମାଇଣ୍ଡ ଝରଣା ବାଦୀ ସହ ୪ ଜଣ ସଦସ୍ୟଙ୍କୁ ଗିରଫ କରିଛି ସୁନ୍ଦରଗଡ଼ ଟାଉନ ଥାନା ପୋଲିସ ।

ସ୍ୱାମୀ, ସ୍ତ୍ରୀ, ଶଳା ଓ ଶାଳୀ ମିଶି ଗଢ଼ିଥିଲେ ଏହି ଗ୍ୟାଙ୍ଗ । ଲୁଟେରାଙ୍କଠାରୁ ୮ ଲକ୍ଷ ୫୦ ହଜାର ଟଙ୍କା ସମେତ କାର, ମୋବାଇଲ, ଲାପଟପ ଭଳି ବିଭିନ୍ନ ସାମଗ୍ରୀ ଜବତ କରାଯାଇଛି । ପୂର୍ବରୁ ଝାରସୁଗୁଡ଼ାରେ ଲୋକଙ୍କ ଠକୁଥିଲେ ଏହି ଲୁଟେରା ।