ପୁଅର ମୃତ୍ୟୁ ପରେ ଆଖି ବୁଜିଲା ମାଆ, ମୃତ୍ୟୁ ପରେ ଜୀବନ ଫେରି ପାଇବାକୁ ଝଡ଼ାଫୁଙ୍କା କରିଥିଲେ ପରିବାର ଲୋକେ ।

919

କନକବ୍ୟୁରୋ:ସୁନ୍ଦରଗଡ଼ ରାଜଗାଙ୍ଗପୁରରେ ଅଭାବନୀୟ ଘଟଣା । ସାପ କାମୁଡ଼ାରେ ଆଖି ବୁଜିଲା ନାବାଳକ । ପୁଅର ମୃତଦେହ ଦେଖିବା ପରେ ହୃଦଘାତରେ ମାଆର ମଧ୍ୟ ମୃତ୍ୟୁ ହୋଇଛି । ଢେଙ୍ଗୁରୁପାଣି ଗାଁରୁ ଆସିଛି ଏଭଳି ଦୁଃଖଦ ଖବର । ଶୁକ୍ରବାର ଖେଳୁଥିବା ସମୟରେ ୬ ବର୍ଷର ଜ୍ଞାନଦୀପଙ୍କୁ ସାପ ଚୋଟ ମାରିଥିଲା । ପରିବାର ଲୋକେ ତାଙ୍କୁ ରାଜଗାଙ୍ଗପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ନେଇଥିଲେ ବି ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ।

ପରେ ପରିବାର ଲୋକ ଜୀବନ ଫେରି ପାଇବା ଆଶାରେ ଝଡ଼ାଫୁଙ୍କା ମଧ୍ୟ କରିଥିଲେ । କିନ୍ତୁ ପୁଅର ମୃତଦେହ ଦେଖିବା ପରେ ସୁକାନ୍ତି କୁଜୁରଙ୍କ ଦୃଦଘାତ ହୋଇଥିଲା  । ପରେ ତାଙ୍କୁ ମଧ୍ୟ ରାଜଗାଙ୍ଗପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତି କରିଥିଲେ ପରିବାର ଲୋକେ । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି। ପୋଲିସ ଦୁଇଟି ଅପମୃତ୍ୟୁ ମାମଲା ରୁଜୁ କରି ତଦନ୍ତ କରୁଛି । ସେପଟେ ଏହି ଘଟଣା ପରେ ଗାଁରେ ଶୋକାକୂଳ ପରିବେଶ ସୃଷ୍ଟି ହୋଇଛି  ।