ଦେଶରେ ଉପରମୁହାଁ କରୋନା ମିଟର :  ଗତ ୨୪ ଘଂଟାରେ ୩୯ ହଜାର ୭୨୬ ନୂଆ ପଜଟିଭ୍ ଚିହ୍ନଟ, ୧୫୪ ମୃତ

 ମହାରାଷ୍ଟ୍ରରୁ ଅଛନ୍ତି ସବୁଠାରୁ ଅଧିକ ୨୫ ହଜାର ୮୩୩ ଆକ୍ରାନ୍ତ 

158

କନକ ବ୍ୟୁରୋ : ଦେଶରେ ଉପରମୁହାଁ କରୋନା ମିଟର । ଗତ ୨୪ ଘଂଟାରେ ସାରା ଦେଶରେ ୩୯ ହଜାର ୭୨୬ ନୂଆ ପଜଟିଭ୍ ଚିହ୍ନଟ ହୋଇଛନ୍ତି । ସେହିପରି ୧୫୪ ଜଣଙ୍କ ଜୀବନ ନେଇଛି କରୋନା ଭୂତାଣୁ । ସୁସ୍ଥ ହୋଇଛନ୍ତି ୨୦ ହଜାର ୬୫୪ ଜଣ । ଏନେଇ ସୂଚନା ଦେଇଛି କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ।

ଏହି ୩୯ ହଜାର ୭୨୬ ନୂଆ ଆକ୍ରାନ୍ତଙ୍କୁ ମିଶାଇ ଦେଶରେ ମୋଟ୍ ସଂକ୍ରମିତଙ୍କ ସଂଖ୍ୟା ୧ କୋଟି ୧୫ ଲକ୍ଷ ୧୪ ହଜାର ୩୩୧ ରହିଛି । ଏହା ମଧ୍ୟରୁ ସୁସ୍ଥ ହୋଇଛନ୍ତି ୧ କୋଟି ୧୦ ଲକ୍ଷ ୮୩ ହଜାର ୬୭୯ ଜଣ । ବର୍ତମାନ ଦେଶରେ ଆକ୍ଟିଭ୍ ମାମଲା ରହିଛି ୨ ଲକ୍ଷ ୭୧ ହଜାର ୨୮୨  । ଗତ ୨୪ ଘଂଟାର କରୋନା ରିପୋର୍ଟ ଅନୁସାରେ ମହାରାଷ୍ଟ୍ରରୁ ଅଛନ୍ତି ସବୁଠାରୁ ଅଧିକ ୨୫ ହଜାର ୮୩୩ ପଜିଟିଭ୍ ।