ବଢୁଛି ତାତି, ସାଢେ ୧୧ଟା ସୁଦ୍ଧା ୪୧ ଟପିଲା ତାପମାତ୍ରା ,ଉତ୍ତର-ପଶ୍ଚିମ ଓ ଆଭ୍ୟନ୍ତରିଣ ଓଡ଼ିଶାର କିଛି ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ ।
କନକବ୍ୟୁରୋ : ରାଜ୍ୟରେ ଆଉ ୪ ଦିନ ରହିବ ହିଟ୍ ୱେଭ । ୩୦ ତାରିଖ ପର୍ଯ୍ୟନ୍ତ ଅସହ୍ୟ ଗ୍ରୀଷ୍ମ ପ୍ରବାହ ଅନୁଭୂତ ହେବ । ଅସହ୍ୟ ତାତି ପାଇଁ ଉତର ଓଡ଼ିଶା, ପଶ୍ଚିମ ଓ ଆଭ୍ୟନ୍ତରୀଣ ଓଡ଼ିଶାର କିଛି ଜିଲ୍ଲା ପାଇଁ ରେଡ୍ ୱାର୍ଣ୍ଣିଂ ଜାରି କରାଯାଇଛି । ଆଗାମୀ ୨୪ ଘଂଟା ପାଇଁ ମୟୂରଭଂଜ, ଝାରସୁଗୁଡ଼ା, ସୁନ୍ଦରଗଡ଼, କେନ୍ଦୁଝର, ଢେଙ୍କାନାଳ, ବୌଦ୍ଧ, ବଲାଙ୍ଗୀର, ସମ୍ବଲପୁର, ନୂଆପଡ଼ା, ଅନୁଗୁଳ, ଯାଜପୁର ଓ ଖୋର୍ଦ୍ଧା ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ ଜାରି ହୋଇଛି ।
Kanak News is now on WhatsApp
Join and get latest news updates delivered to you via WhatsApp
ସେହିପରି କଟକ, ଜଗତସିଂହପୁର, ଭଦ୍ରକ, ବାଲେଶ୍ୱର, କେନ୍ଦ୍ରାପଡ଼ା, ସୋନପୁର, ମାଲକାନଗିରି, କଳାହାଣ୍ଡି, କନ୍ଧମାଳ, ଗଞ୍ଜାମ, ଗଜପତି, ନୟାଗଡ଼, ନବରଙ୍ଗପୁର, ଦେବଗଡ଼, ବରଗଡ଼ ଓ ରାୟଗଡ଼ା ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି ହୋଇଛି । ଏହା ସହ କୋରାପୁଟ ଓ ପୁରୀ ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ । ଆଜି ୮ଟା ୩୦ ସୁଦ୍ଧା ତାଳଚେରରେ ସର୍ବାଧିକ ୩୬ ଦଶମିକ ୮ ଡିଗ୍ରୀ ତାପମାତ୍ରା ରେକର୍ଡ ହୋଇଛି ।
ବଲାଙ୍ଗୀର, କେନ୍ଦୁଝର ଓ ରାଉରକେଲାରେ ୩୪ ଦଶମିକ ୮, ଭଭାନୀପାଟଣା, ବାଲେଶ୍ୱର ଓ ବୌଦ୍ଧରେ ୩୪, ଭୁବନେଶ୍ୱରରେ ଭୁବନେଶ୍ୱର ୩୩ ଦଶମିକ ୪ ଓ କଟକରେ ୩୩ ଦଶମିକ ପାରଦ ରେକର୍ଡ ହୋଇଛି । ରେକର୍ଡ ଭାଙ୍ଗିଛି ଚଳିତ ବର୍ଷର ଏପ୍ରିଲ ମଙ୍କସର ତାତି । ଗତ ୧୨ ଦିନ ହେବ ରାଜଧାନୀ ଭୁବନେଶ୍ୱର ତାପମାତ୍ରା ଲଗାତର ୪୦ ଡିଗ୍ରୀ ଉପରେ ରହିଛି । ଆଗାମୀ ୪୮ ଘଂଟା ମଧ୍ୟରେ ରାଜ୍ୟର କିଛି ସ୍ଥାନରେ ଦିନ ତାପମାତ୍ରା ଆହୁରି ୨ ଡିଗ୍ରୀ ବଢିବା ସମ୍ଭାବନା ରହିଛି ।