ଧାମନଗର ବାଜି : ଭୋଟ୍ ପ୍ରତିଶତ କମିବା କାହାକୁ ଦେବ ଫାଇଦା? ବିଜେଡିର ବିକାଶ ନାରା କାମ ଦେବ? ନା ଭାରି ପଡିବ ବିଜେପିର ଅନୁକମ୍ପା ଭୋଟ୍ ?

120

କନକ ବ୍ୟୁରୋ : ସମସ୍ତ ଆକଳନ ଉପରୁ ପରଦା ହଟେଇବ ରେଜଲ୍ଟ । କିଏ ମାରିବ ଧାମନଗର ବାଜି ? ବିଜେପି ଆସନ ବଜାୟ ରଖିବ ? ନା ବିଜେପି ହାତରୁ ଆସନ ଛଡାଇ ନେବ ବିଜେଡି ? ସ୍ୱାଧୀନ ପ୍ରାର୍ଥୀ ବଦଳାଇବେ କି ବିଜେଡି ଅଙ୍କ ? ୨୦୨୪ ପୂର୍ବରୁ ଜନମତର ସଙ୍କେତ ମିଳିବ କି ? ପୂର୍ବ ତୁଳନାରେ ଭୋଟ୍ ପ୍ରତିଶତ କମିଛି । ଭୋଟ୍ ପ୍ରତିଶତ କମିବା କାହାକୁ ଦେବ ଫାଇଦା ? ବିଜେଡିର ବିକାଶ ନାରା କାମ ଦେବ ? ନା ଭାରି ପଡିବ ବିଜେପିର ଅନୁକମ୍ପା ଭୋଟ୍ ?

ଭୋଟର ଡାଟା

ମୋଟ୍ ଭୋଟର – ୨ ଲକ୍ଷ ୩୮ ହଜାର ୩୪୬
ଭୋଟ୍ ଦେଇଛନ୍ତି – ୧ ଲକ୍ଷ ୬୪ ହଜାର ୪୬୫
ଭୋଟ୍ ପ୍ରତିଶତ – ୬୮.୯୮%
ପୁରୁଷ ଭୋଟର – ୭୯ ହଜାର ୧୧
ମହିଳା ଭୋଟର – ୮୫ ହଜାର ୪୫୨
ପୁରୁଷଙ୍କ ଅପେକ୍ଷା ଅଧିକ ମହିଳା ଭୋଟ୍ ଦେଇଛନ୍ତି
୨୦୧୯ ନିର୍ବାଚନରେ ୭୨% ମତଦାନ ହୋଇଥିଲା

ଭୋଟ ପ୍ରତିଶତର ପ୍ରଭାବ
୨୦୧୯ ନିର୍ବାଚନରେ ୭୨ ପ୍ରତିଶତ ଭୋଟ୍ ହୋଇଥିଲା । ଉପନିର୍ବାଚନରେ ହୋଇଛି ୬୮.୯୮ ପ୍ରତିଶତ ଭୋଟ୍ ହୋଇଛି । ଭୋଟ ପ୍ରତିଶତ ବଢିବା ବା କମିବାର ବିଭିନ୍ନ କାରଣ ହୋଇପାରେ । ଉପନିର୍ବାଚନକୁ ନେଇ ଜନତା କମ୍ ଉତ୍ସାହିତ । କୌଣସି ଗୋଟିଏ ବଡ ପରିବର୍ତ୍ତ ନ ବାର୍ତ୍ତା ଆସିଲେ ଭୋଟ ପ୍ରତିଶତ ବଢେ । ବଡ ମୁଦ୍ଦା ମୁଣ୍ଡ ଟେକିଲେ ଭୋଟ ପ୍ରତିଶତ ବଢେ । କିନ୍ତୁ ଧାମନଗରରେ ଭୋଟ୍ ପ୍ରତିଶତ କମିଛି । ପୁରୁଷଙ୍କ ଠାରୁ ଅଧିକ ମହିଳା ଭୋଟ୍ ଦେଇଛନ୍ତି । ମହିଳା ଭୋଟ୍ ଯେଉଁ ପଟେ ବିଜୟ ସେପଟେ ହୋଇପାରେ । ମହିଳା ଭୋଟ୍ ବିଜେଡି ପାଇଁ ଅଧିକ ସହାୟକ ହୋଇପାରେ ।