ଡେଟିଙ୍ଗ୍ ଆପରେ ସାକ୍ଷାତ, ପରେ ଦୁଷ୍କର୍ମ ; ସାମ୍ନାକୁ ଆସିଲା ଶ୍ରୀଲଙ୍କା ଖେଳାଳିଙ୍କ ମାମଲାର ପୁରା କାହାଣୀ ।

144

କନକ ବ୍ୟୁରୋ: ସାମ୍ନାକୁ ଆସିଛି ସିଂହଳି କ୍ର୍ରିକେଟର ଦନୁଷ୍କା ଗୁନାଥିଲାକାଙ୍କ ଦୁଷ୍କର୍ମ ମାମଲାର ପୁରା କାହାଣୀ । ଏହି ଘଟଣାରେ ଦନୁଷ୍କାଙ୍କୁ ଗିରଫ କରାଯିବା ପରେ ନ୍ୟୁ ସାଉଥ୍ ୱେଲ୍ସ ପୋଲିସ ପୁରା ଘଟଣାବଳୀକୁ କହିଛି ।

ଟି-୨୦ ବିଶ୍ୱ କପର ସେମିଫାଇନାଲ ସ୍ପଟ୍ ସମୀକରଣକୁ ନେଇ କ୍ରିକେଟ ପ୍ରେମୀ ଉତ୍ସାହୀ ଥିବାବେଳେ ଦନୁଷ୍କାଙ୍କ ଗିରଫଦାରୀ ସେମାନଙ୍କୁ ଝଟକା ଦେଇଛି । ଇଂଲଣ୍ଡ ଠାରୁ ପରାଜିତ ହେବା ପରେ ରବିବାର ସକାଳେ ଧନୁଷ୍କାଙ୍କ ବିନା ଅଷ୍ଟ୍ରେଲିଆରୁ ନିଜ ଦେଶକୁ ଉଡାଣ ଭରିଛି ଶ୍ରୀଲଙ୍କା ଟିମ୍ ।

ତେବେ ଦୁନିଷ୍କାଙ୍କ କାରନାମାର ପୁରା କାହାଣୀ ପ୍ରକାଶ କରିଛି ଅଷ୍ଟ୍ରେଲିଆ ପୋଲିସ । ୨୯ ବର୍ଷିୟା ମହିଳା ଦନୁଷ୍କାଙ୍କ ବିରୋଧରେ ଦୁଷ୍କର୍ମ ଅଭିଯୋଗ କରିବା ପରେ ତଦନ୍ତ କରାଯାଇଥିଲା । ଏହାପରେ ଦୁନୁଷ୍କଙ୍କୁ ଶନିବାର ରାତି ପାଖାପାଖି ୧ଟା ସମୟରେ ସିଡନୀର ଏକ ହୋଟେଲରୁ ଗିରଫ କରାଯାଇଥିଲା । ଦନୁଷ୍କାଙ୍କ ବେଲ୍ ପାଇଁ ଆବେଦନ କରାଯାଇଥିଲେ ବି ଏହାକୁ ଅଗ୍ରାହ୍ୟ କରିଦେଇଛନ୍ତି ସ୍ଥାନୀୟ କୋର୍ଟ ।

ପୁରା ଘଟଣା ଥିଲା ଏପରି:
ନ୍ୟୁ ସାଉଥ୍ ୱେଲ୍ସ ପୋଲିସ କହିବା ମୁତାବକ, ଦନୁଷ୍କା ଓ ପୀଡିତା ମହିଳାଙ୍କ ମଧ୍ୟରେ କିଛି ଦିନ ତଳେ ଏକ ଅନଲାଇନ୍ ଡେଟିଙ୍ଗ ଆପରେ ଭେଟ ହୋଇଥିଲା । ହେଲେ ମହିଳାଙ୍କ ସହ ନଭେମ୍ବର ୨ ତାରିଖରେ ଡେଟିଂ ନାଁରେ ତାଙ୍କ ସହ ଦୁଷ୍କର୍ମ କରିଥିଲେ ଦନୁଷ୍କା ।