ଗୁରୁତର ‘ଭେଷ୍ଟିବୁଲାର ହାଇପୋଫଙ୍କସନ୍’ ରୋଗରେ ଆକ୍ରାନ୍ତ ବରୁଣ ଧୱନ୍ । କ’ଣ ଏହାର ଲକ୍ଷଣ?

3,499

କନକ ବ୍ୟୁରୋ: ବଲିଉଡ୍ ଅଭିନେତା ବରୁଣ ଧୱନ୍ ନିଜ ଅସୁସ୍ଥତାକୁ ନେଇ ମୁହଁ ଖୋଲିଛନ୍ତି । ସେ ବିରଳ ‘ଭେଣ୍ଟିବୁଲାର ହାଇଫୋପଙ୍କସନ୍’ ନାମକ ଗୁରୁତର ରୋଗରେ ପୀଡିତ ଥିବା ଏକ ସାକ୍ଷାତକାରରେ ପ୍ରକାଶ କରିଛନ୍ତି ।

‘ଭେଷ୍ଟିବୁଲାର ହାଇଫୋପଙ୍କସନ୍’ ରୋଗରେ ରୋଗୀର ଶରୀରର ସନ୍ତୁଳନ ବିଗିଡିଯାଏ । ଶ୍ରବଣ ଶକ୍ତି କମିଯାଏ । କାନରେ ରକ୍ତ ସଞ୍ଚାଳନ କମିଯିବାରୁ ଶୁଣିବାରେ ସମସ୍ୟା ହେବା ସହ ମୁଣ୍ଡ ବୁଲାଇବା , କୌଣସି କାମରେ ମନନଲାଗିବା ପରି ସମସ୍ୟା ସୃଷ୍ଟି ହୁଏ । ସବୁଠାରୁ ବଡ ସମସ୍ୟା ହେଉଛି ଆଖିର ଦୃଷ୍ଟିଶକ୍ତି ମଧ୍ୟ କମିଯାଏ ।

‘ଭେଷ୍ଟିବୁଲାର ହାଇଫୋପଙ୍କସନ୍’ ରୋଗରେ ସଙ୍କ୍ରମିତ ବ୍ୟକ୍ତିଠାରେ ବାନ୍ତି ସମସ୍ୟା ଦେଖାଯାଏ । ଏଥିରୁ ଆରୋଗ୍ୟ ଲାଭ କରିବା ପାଇଁ ଦୀର୍ଘ ସମୟ ଲାଗିଥାଏ । ଏହାକୁ ଆଣ୍ଟିଫଙ୍ଗାଲ କିମ୍ବା ଅସ୍ତ୍ରୋପଚାର ମାଧ୍ୟମରେ ଚିକିତ୍ସା କରାଯାଇପାରେ । ହେଲେ ଠିକ୍ ସମସୟରେ ଏହାର ସଠିକ୍ ଚିକିତ୍ସା ନହେଲେ ଏହା ଘାତକ ହୋଇପାରେ ।