ସୀମାରେ କିଏ ଦେଇଥିଲା ଆକ୍ରମଣ ପାଇଁ ନିର୍ଦ୍ଦେଶ? ଜାଣନ୍ତୁ ତୱାଙ୍ଗରେ କାହା ଇସାରାରେ ପିଏଲଏ ରଚିଥିଲା ଷଡଯନ୍ତ୍ର।

203

କନକ ବ୍ୟୁରୋ: ଡୋକଲାମ, ଗଲୱାନ ପରେ ବର୍ତ୍ତମାନ ତୱାଙ୍ଗରେ ଚୀନର ଧୃଷ୍ଟତା । ଅରୁଣାଚଳପ୍ରଦେଶର ଏହି ସେକ୍ଟରରେ ଭାରତୀୟ ଯବାନ ଚୀନର ଯବାନଙ୍କର ଦୃଢତାର ସହ ମୁକାବିଲା କରିଥିଲେ । ଲଦ୍ଦାଖର ଗଲୱାନ ଘାଟି ପରେ ଦୁଇ ସେନା ମଧ୍ୟରେ ଏହା ପ୍ରଥମ ମୁକାବିଲା । ତେବେ ପ୍ରଶ୍ନ ଉଠୁଛି କାହିଁକି ସୃଷ୍ଟି ହୋଇଛି ଏହିଭଳି ସ୍ଥିତି । ଆହୁରି ମଧ୍ୟ ପ୍ରଶ୍ନ ଉଠୁଛି ଏହି ବଦମାସୀ ପାଇଁ ନିର୍ଦ୍ଦେଶ ଦେଇଥିଲା କିଏ? ଶୁଣିବାକୁ ମିଳୁଛି ଯେ ଏହି ଅନୁପ୍ରବେଶ ପାଇଁ ପିଏଲଏର ଜେନେରାଲ ଲିନ ଜିୟଂୟୋଗଂ ନିର୍ଦ୍ଦେଶ ଦେଇଥିଲେ । ତେବେ କିଏ ଏହି ବଦମାସ ଜେନେରାଲ ଆସନ୍ତୁ ଜାଣିବା ।

ଲିନ ଜିୟଂୟୋଗଂ ପିଏଲଏର ଇଷ୍ଟର୍ଣ୍ଣ ଥିଏଟର କମାଣ୍ଡର କମାଣ୍ଡର । ଚଳିତ ବର୍ଷ ଜାନୁଆରୀରେ ତାଙ୍କୁ ଏହି ଦାୟିତ୍ୱ ମିଳିଛି । ଏହା ପୂର୍ବକୁ ଲିନ୍ ସେଣ୍ଟ୍ରାଲ ଥିଏଟର କମାଣ୍ଡର ଦାୟିତ୍ୱରେ ଥିଲେ । ୨୦୨୧ ଅଗଷ୍ଟ ମାସରୁ ସେଠାରେ ସେ କାମ କରୁଥିଲେ । ଲିନ କାର୍ଯ୍ୟଭାର ସମ୍ଭାଳିବା ପୂର୍ବରୁ ସେଠାରେ ୨୦୧୯ରୁ ତାଙ୍କୁ ଅବସ୍ଥାପିତ କରାଯାଇଥିଲା ।

ଇଷ୍ଟର୍ଣ୍ଣ ଥିଏଟର କମାଣ୍ଡର କମାଣ୍ଡର ଲିନ୍ ରାଷ୍ଟ୍ରପତି ସି ଜିନପିଙ୍ଗଙ୍କ ଖାସ ଭାବେ ପରିଚିତ । ଏହା ମଧ୍ୟ ଶୁଣିବାକୁ ମିଳିଥାଏ ଯେ ଜିନପିଙ୍ଗଙ୍କ ନିର୍ଦ୍ଦେଶରେ ତାଙ୍କୁ ଏଠାରେ ନିଯୁକ୍ତି ପ୍ରଦାନ କରାଯାଇଛି । ୨୦୨୧ ସେପ୍ଟେମ୍ବରରେ ଲିନ ଲେପ୍ଟନାଣ୍ଟ ଜେନେରାଲ ପଦରୁ ଜେନେରାଲ ପଦକୁ ପଦୋନ୍ନତି ପାଇଥିଲେ । ଏହି ପଦୋନ୍ନତି ପରେ ଏକ ଭବ୍ୟ ସମାରୋହର ଆୟୋଜନ କରାଯାଇଥିଲା । ଜିନପିଙ୍ଗ ନିଜେ ଏଥିରେ ଉପସ୍ଥିତ ରହିଥିଲେ ।

ଲିନଙ୍କ ଜନ୍ମ ଚୀନର ଫୁଜାର ହାଇକୁ ସହରରେ ୧୯୬୪ରେ ହୋଇଥିଲା । ସେ ପିଏଲଏ ଆର୍ମି ଇନଫେନଟ୍ରିରୁ ସ୍ନାତକ ପାସ କରିଥିଲେ । ପ୍ରଥମେ ଲିନ ୩୧ ଗ୍ରୁପ ସେନାରେ ଯୋଗଦେଇଥିଲେ । ଯେଉଁଠାରେ ସେ ଡେପୁଟି କମାଣ୍ଡର ଥିଲେ । ୩୧ ଗ୍ରୁପ ଆର୍ମିରେ ଡେପୁଟି କମାଣ୍ଡର ଭାବେ କାର୍ଯ୍ୟ ଶେଷ ପରେ ୨୦୧୬ ପରଠାରୁ ସେ ୪୭ ଗ୍ରୁପ ଆର୍ମିରେ କମାଣ୍ଡର ହୋଇଥିଲେ । ପରେ ନୂଆ କରି ସ୍ଥାପିତ ହୋଇଥିବା ୮୨ ଆର୍ମିରେ ୨୦୧୭ରେ କମାଣ୍ଡର ହୋଇଥିଲେ । ୨୦୧୯ ଯାଏ ସେଠାରେ ସେ ରହିଥିଲେ । ପରେ ୭୨ ଗ୍ରୁପ ଆର୍ମିର କମାଣ୍ଡର ରହିଥିଲେ ।

୭୨ ଗ୍ରୁପ ଆର୍ମି ପରେ ଲିନ ଇଷ୍ଟର୍ଣ୍ଣ ଥିଏଟର କମାଣ୍ଡରେ ଯୋଗଦେଇଥିଲେ । ସେଠାରେ ସେ ଗ୍ରାଉଣ୍ଡ ଫୋର୍ସର ନେତୃତ୍ୱ ନେଉଥିଲେ । ୨୦୨୦ ଏପ୍ରିଲ ଯାଏ ସେ ଏହି ପଦରେ ରହିଥିଲେ । ଖାସ କଥା ହେଉଛି ଲେଫ୍ଟନାଣ୍ଟ ଜେନେରାଲ ପଦରୁ ତାଙ୍କୁ ପଦୋନ୍ନତି ମିଳିଥିଲା । ପଦୋନ୍ନତି ପରେ ତାଙ୍କୁ ସେଣ୍ଟ୍ରାଲ ଥିଏଟର କମାଣ୍ଡର ଦାୟିତ୍ୱ ଦିଆଯାଇଥିଲା । ଜେନେରାଲ ଭାବେ ତାଙ୍କୁ ଏଠାରେ ପୁଣି ପଦୋନ୍ନତି ମିଳିଥିଲା ।  ୨୦୨୨ ଜାନୁଆରୀରେ ସେ ପୁଣି ଇଷ୍ଟର୍ଣ୍ଣ ଥିଏଟର କମାଣ୍ଡର ନେତ୍ୃତ୍ୱ ନେଇଥିଲେ ।