ବଲାଙ୍ଗିରରେ ବିଜେପି- ବିଜେଡି ମୁହାଁମୁହିଁ ପରିସ୍ଥିତି । ଦୁଇ ଦଳର କର୍ମୀଙ୍କ ମଧ୍ୟରେ ପିଟାପିଟି ।

730

କନକ ବ୍ୟୁରୋ: ବିଜେପି ଓ ବିଜେଡ଼ି ମୁହାଁମୁହିଁ । ଦୁଇ ଦଳର କର୍ମୀ ପିଟାପିଟା । ଏଭଳି ଘଟଣା ବଲାଙ୍ଗିର ପୁଇଁତଲା ବ୍ଲକ ଭାଲେର ଛକରେ ଘଟିଛି । ଭାଲେର-କୁରୁଲ ବ୍ରିଜର ଭିତ୍ତିିପ୍ରସ୍ତର ସ୍ଥାପନ ପାଇଁ ଲୋଇସିଂହାର ବିଜେପି ବିଧାୟକ ମୁକେଶ ମହାଲିଙ୍ଗ ଯାଉଥିବାବେଳେ ସ୍ଥାନୀୟ ବିଜେଡ଼ି କର୍ମୀ ଏହାକୁ ବିରୋଧ କରିଥିଲେ ।

କେବଳ ସେତିକି ନୁହେଁ ବିଧାୟକଙ୍କୁ କଳାପତାକା ପ୍ରଦର୍ଶନ କରିଥିଲେ ବିଜେଡି କର୍ମୀ । ସ୍ଥାନୀୟ ବିଜେଡ଼ି ନେତା ଓ କର୍ମୀ ବିରୋଧକୁ ନେଇ ବିଜେପି କର୍ମୀ ରାଗି ଯାଇଥିଲେ । ଫଳରେ ଦୁଇ ଦଳର କର୍ମୀଙ୍କ ମଧ୍ୟରେ ମୁହାଁମୁହିଁ ପରିସ୍ଥିତି ସୃଷ୍ଟି ହୋଇଥିଲା ।

ତେବେ ଗଣ୍ଡଗୋଳ ପରିସ୍ଥିତି ସାଙ୍ଘାତିକ ହେବା ପରେ ପୁଇଁତଲା ପୁଲିସ ଘଟଣାସ୍ଥଳରେ ପହଞ୍ଚି ପରିସ୍ଥିତିକୁ ଆୟତ୍ତ କରିଛି । ବ୍ରିଜ ପାଇଁ ପୂର୍ବତନ ମନ୍ତ୍ରୀ ସୁଶାନ୍ତ ସିଂହ ଉଦ୍ୟମ କରିଥିବାବେଳେ ବିଜେପି ବିଧାୟକ କଣ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କରିବାକୁ ଆସିଛନ୍ତି ବୋଲି ବିଜେଡ଼ି ନେତା କହିଛନ୍ତି ।