ତାଲିବାନ କବଜାରେ ଆଫଗାନିସ୍ତାନ । ଭାରତ ନିବେଶ କରିଥିବା ୨୨ ହଜାର କୋଟି ଟଙ୍କାର ପ୍ରକଳ୍ପର ଭବିଷ୍ୟତ ଏବେ କଣ?

382

କନକ ବ୍ୟୁରୋ: ୨୦୨୦ ଜେନେଭା କନଭେନ୍ସନରେ ବୈଦେଶିକ ମନ୍ତ୍ରୀ ଜୟଶଙ୍କର କହିଥିଲେ, ଆଫଗାନିସ୍ତାନର ଏମିତି ପ୍ରାନ୍ତ ନାହିଁ ଯାହା ଭାରତ ପାଇଁ ଅଛୁଆଁ ହୋଇ ରହିଛି । ଅର୍ଥାତ ଆଫଗାନିସ୍ତାନର ସମସ୍ତ ୩୪ଟି ପ୍ରାନ୍ତରେ ଭାରତ ୪ଶହରୁ ଅଧିକ ପ୍ରକଳ୍ପ ପ୍ରତିଷ୍ଠା କରିଛି । କାବୁଲ ଏବେ ତାଲିବାନ କବଜାକୁ ଚାଲିଗଲା ପରେ ଭାରତ ନିବେଶ କରିଥିବା ପ୍ରାୟ ୨୨ ହଜାର କୋଟି ଟଙ୍କା ପ୍ରକଳ୍ପ ଭବିଷ୍ୟତ କଣ ହେବ, ତାକୁ ନେଇ ସନ୍ଦେହ ବଢିବାରେ ଲାଗିଛି । ନଜର ପକାନ୍ତୁ ଆଫଗାନିସ୍ତାନରେ ଭାରତର ପ୍ରକଳ୍ପ ଉପରେ…

ସଲମା ଡ୍ୟାମ୍

  • ଆଫଗାନିସ୍ତାନର ହେରାତ ପ୍ରୋଭିନ୍ସରେ ରହିଛି ଏହି ସଲମ ଡ୍ୟାମ୍
  • ଏହାକୁ ଭାରତ-ଆଫଗାନିସ୍ତାନ ବନ୍ଧୁତ୍ୱର ଡ୍ୟାମ ବୋଲି କୁହାଯାଉଛି
  • ୪୨ ମେଗାୱାଟ କ୍ଷମତାର ବିଦ୍ୟୁତ ଉତ୍ପାଦନ ଓ ଜଳ ସେଚନ ପ୍ରକଳ୍ପ
  • ୨୦୧୬ରେ ସଲମା ଡ୍ୟାମକୁ ଉଦ୍ଘାଟନ କରାଯାଇଥିଲା

ଜରାଞ୍ଜ-ଡେଲାରାମ ହାଇୱେ

  • ଆଫଗାନିସ୍ତାରେ ଭାରତର ସବୁଠାରୁ ବ୍ୟୟବହୁଳ ପ୍ରକଳ୍ପ ଜରାଞ୍ଜ-ଡେଲାରାମ ରାଜପଥ
  • ଆଫଗାନ-ଇରାନ ସୀମାକୁ ଲାଗି ୧୧ ଶହ କୋଟି ଟଙ୍କାରେ ଏହି ରାସ୍ତା ନିର୍ମାଣ ହୋଇଛି
  • ଡେଲାରାମର ଖାସ ରୁଦ ନଦୀ କୂଳ ଦେଇ ଉତ୍ତର ପୂର୍ବରେ ଥିବା ଜରାଞ୍ଜ ଯାଏଁ ଲମ୍ବିଛି
  • ଇରାନର ଚାରବାହା ବନ୍ଦର ଯାଏଁ ପହଞ୍ଚିିବାକୁ ଏହି ରାସ୍ତା ଭାରତ ପାଇଁ ବେଶ ଗୁରୁତ୍ୱପୂର୍ଣ୍ଣ
  • ଅନେକ ପ୍ରତିଘାତ ଭିତରେ ଏହାକୁ ତିଆରି କରିଛି ଭାରତର ବର୍ଡର ରୋଡ୍ସ ଅର୍ଗାନାଇଜେସନ୍

କାବୁଲରେ ସଂସଦ ଭବନ

  • ପ୍ରାୟ ୬୬୮ କୋଟି ଟଙ୍କା ଖର୍ଚ୍ଚ କରି କାବୁଲରେ ସଂସଦ ଭବନ ନିର୍ମାଣ କରିଛି ଭାରତ
  • ୨୦୧୫ରେ କାବୁଲରେ ଏହାକୁ ଉଦଘାଟନ କରିଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ
  • ଆଫଗାନିସ୍ତାନର ଗଣତନ୍ତ୍ର ପ୍ରତି ଏହାକୁ ଭାରତର ଉପହାର ବୋଲି କହିଥିଲେ ମୋଦୀ

ଷ୍ଟୋର ପ୍ୟାଲେସ

  • ୨୦୧୬ରେ କାବୁଲରେ ଷ୍ଟୋର ପ୍ୟାଲେସକୁ ଉଦଘାଟନ କରିଥିଲେ ମୋଦୀ ଓ ଅସରଫ ଘନି
  • ୧୯ଶହ ଶତାବ୍ଦିରେ ଷ୍ଟୋର ପ୍ୟାଲେସଟି ନିର୍ମାଣ ହୋଇଥିବାବେଳେ ପରେ ବିକାଶ କରାଯାଇଛି
  • ୨୦୦୯ରେ ଭାରତ, ଆଫଗାନିସ୍ତାନ ଓ ଆଗା ଖାନ୍ ନେଟୱର୍କ ଏଥିପାଇଁ ଚୁକ୍ତି କରିଥିଲେ

ଅନ୍ୟାନ୍ୟ ପ୍ରକଳ୍ପ

  • ଏହାବାଦ ଆଫଗାନର ଶକ୍ତି ଓ ସ୍ୱାସ୍ଥ୍ୟ ଭିତ୍ତିଭୂମି ବିକାଶ କ୍ଷେତ୍ରରେ ନିବେଶ କରିଛି ଭାରତ
  • ସ୍କୁଲରେ ଡେକ୍ସ, ବେଞ୍ଚ ତିଆରି କରିବାଠୁ ଆରମ୍ଭ କରି ଛାତ୍ରଛାତ୍ରୀଙ୍କୁ ସ୍କଲାରସିପ ଦେଇଛି
  • ଆଗକୁ ପ୍ରାୟ ୨୦ ଲକ୍ଷ ଲୋକଙ୍କ ପାଇଁ ବିଶୁଦ୍ଧ ପାନୀୟ ଜଳ ଯୋଗାଣ ପ୍ରକଳ୍ପ ହେବାର ଅଛି
  • କାବୁଲରେ ସାହାତୁତ ଡ୍ୟାମ ନିର୍ମାଣ କରି ପିଇବା ପାଣି ଯୋଗାଇ ଦେବାକୁ କହିଛି ଭାରତ

ପ୍ରାୟ ୨୨ ହଜାର କୋଟି ଟଙ୍କା ନିବେଶ କରି ଭାରତ ଆଫଗାନିସ୍ତାନରେ ଏକାଧିକ ପ୍ରକଳ୍ପ କରିଥିବାବେଳେ ଏବେ ଏହା ଉପରେ ତାଲିବାନର କବଜା । ତେଣୁ ଆଗକୁ ଏସବୁ ପ୍ରକଳ୍ପର କଣହେବ ତାକୁ ନେଇ ଚିନ୍ତା ଭିତରେ ତାଲିବାନ କହିଛି, ଆଫଗାନିସ୍ତାନରେ ଭାରତ ତାର ଅସଂପୂର୍ଣ୍ଣ ପ୍ରକଳ୍ପ କାମ ଜାରି ରଖିପାରିବ । ସେହପରି ଆଫଗାନ ମାଟିର ଅନ୍ୟ ଦେଶ ବିରୋଧରେ ବ୍ୟବହାର ପାଇଁ ଅନୁମତି ଦିଆଯିବ ନାହିଁ ବୋଲି ଆଶ୍ୱାସନା ଦେଇଛି ତାଲିବାନ ।