ବିଜାପୁରରରେ କାହିଁକି ଫେଲ ମାରିଲା ଅପରେସନ । କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହାଙ୍କୁ କାରଣ କହିଲେ ଯବାନ 

541

କନକ ବ୍ୟୁରୋ :  ଛତିଶଗଡ ବିଜାପୁରରରେ କାହିଁକି ଫେଲ ମାରିଲା ପୋଲିସ ଓ ସୁରକ୍ଷା କର୍ମୀଙ୍କ ଅପରେସନ୍ । ମାଓବାଦୀଙ୍କ ଅମ୍ବୁସରେ କେମିତି ଫଶିଗଲେ ଯବାନ । ସବୁଠାରୁ ବଡକଥା ହେଉଛି ମାଓବାଦୀଙ୍କ ଅମ୍ବୁସକୁ ଭାଙ୍ଗିବା ସତ୍ୱେ କେମିତି ଯବାନଙ୍କୁ ଘେରି ନରସଂହାର କରିବାକୁ ସମର୍ଥ ହେଲା ଲାଲ ବାହିନୀ । ଗତ ଏପ୍ରିଲ ୩ ତାରିଖରେ ଛତିଶଗଡ ବିଜାପୁରର ଜୋନାଗୁଡାରେ ହୋଇଥିବା ପୋଲିସ-ମାଓବାଦୀ ଗୁଳି ବିନିମୟରେ କେଉଁଠି ରହିଲା ତ୍ରୁଟି । ଏବେ ଏହାର ସତ ସାମ୍ନାକୁ ଆସିଛି । ଗତ ୫ ତାରିଖରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ବିଜାପୁରରେ ପହଂଚିଥିବାବେଳେ ଅପରେସନରେ ସାମିଲ ସୁରକ୍ଷା କର୍ମୀଙ୍କ ସହ ଆଲୋଚନା କରିିଥିଲେ । ଆଉ ଯବାନମାନେ ତାଙ୍କୁ କହିଛନ୍ତି, କିଭଳି ହେଲିକପ୍ଟର ପହଂଚିବାରେ ବିଳମ୍ବ ହେଲା ଓ ବରିଷ୍ଠ ଅଧିକାରୀ ନିଷ୍ପତି ନେବାରେ ବିଳମ୍ବ କରିବାକୁ ଫେଲ ମାରିଲା ଜୋନାଗୁଡା ଅପରେସନ ।

କହିରଖୁ କି କିଛିଦିନ ତଳେ ଛତିଶଗଡର ବିଜାପୁର ଠାରେ ସିଆରପିଏଫ ଯବାନ ଓ ନକ୍ସଲଙ୍କ ମଧ୍ୟରେ ଗୁଳିବିନିମୟ ହୋଇଥିଲା । ଏଥିରେ ୨୨ ଜଣ ସୁରକ୍ଷାକର୍ମୀ ସହିଦ୍ ହୋଇଥିଲେ । ଏହାସହ ରାକେଶ୍ୱର ସିଂ ମାନହସ୍ ନାମକ ଜଣେ ଯବାନଙ୍କୁ ନକ୍ସଲମାନେ ଅପହରଣ କରିନେଇଥିଲେ । ନକ୍ସଲ କବଳରେ ରାକେଶ୍ୱର ୫ ଦିନ ରହିବା ପରେ ସାମ୍ବାଦିକ ଓ ଅନ୍ୟଜଣେ ମଧ୍ୟସ୍ଥିତଙ୍କ ସହାୟତାରେ ନକ୍ସଲ ମାନେ ରାକେଶ୍ୱରଙ୍କୁ ମୁକ୍ତ କରିଥିଲେ ।