ନବରଙ୍ଗପୁର ସୀମା ସିଲ୍ । ନେଗେଟିଭ୍ ରିପୋର୍ଟ ବିନା ନବରଙ୍ଗପୁରରେ ପଶିବା ଉପରେ କଟକଣା, ଚେକପୋଷ୍ଟରେ ହେଉଛି କଡାକଡି ଚେକିଂ ।

160

କନକ ବ୍ୟୁରୋ : ନବରଙ୍ଗପୁର ସୀମା ସିଲ । କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ନବରଙ୍ଗପୁର ସୀମାକୁ ସିଲ୍ କରାଯାଇଛି । ଛତିଶଗଡ ପଟୁ ଆସୁଥିବା ସମସ୍ତ ଗାଡି ଓ ବ୍ୟକ୍ତିଙ୍କ ପ୍ରବେଶ ଉପରେ କଟକଣା ଲଗାଯାଇଛି । ଛତିଶଗଡ ସଲଂଗ୍ନ ସୀମାକୁ ସିଲ୍ କରିଛି ପ୍ରଶାସନ । ନେଗେଟିଭ ରିପୋର୍ଟ ବିନା ନବରଙ୍ଗପୁରକୁ ପଶିବା ଉପରେ କଟକଣା ଲଗାଯାଇଛି ।

ସୀମାରେ ଥିବା ଚେକପୋଷ୍ଟକୁ ସିଲ୍ ସହ ଯାଞ୍ଚ  କଡାକଡି କରାଯାଇଛି । ଉମରକୋଟ ଦଣ୍ଡସରା ଠାରେ ମଧ୍ୟ କଟକଣାକୁ କଡାକଡି କରାଯାଇଛି । ଏବେ ଛତିଶଗଡରେ କରୋନା ସଂକ୍ରମଣ ଭୟାବହ ହେଉଥିବାରୁ ଏଭଳି ପଦକ୍ଷେପ ନେଇଛି ଜିଲ୍ଲା ପ୍ରଶାସନ । ପୂର୍ବରୁ ଛତିଶଗଡ ସୀମାକୁ ଲାଗିରହିଥିବା ସୀମାନ୍ତବର୍ତ୍ତୀ ଜିଲ୍ଲା ଗୁଡିକରେ ନାଇଟ କର୍ଫ୍ୟୁ ଲଗାଇଛନ୍ତି ରାଜ୍ୟ ସରକାର ।