ଗିରଫ ହେଲେ କୋଟିପତି କିରାଣୀ । ଗତକାଲି ଘରେ ଚଢାଉ କରିଥିଲା ଭିଜିଲାନ୍ସ 

1,087
କନକ ବ୍ୟୁରୋ : ଗିରଫ ହେଲେ କୋଟିପତି କିରାଣୀ । ଆୟ ବହିର୍ଭୁତ ସମ୍ପତି ଠୁଳ ଅଭିଯୋଗରେ କିରାଣୀଙ୍କ ଘରେ ରେଡ୍ ମାରିଥିଲା ଭିଜିଲାନ୍ସ । ଘରୁ ଲକ୍ଷାଧିକ ଟଙ୍କାର ସୁନା ଗହଣା ସହ ନଗଦ ଟଙ୍କା ଜବତ କରିଥିଲା ଭିଜିଲାନ୍ସ । ଚଢାଉ ପରେ ଆଜି ଗିରଫ ହୋଇଛନ୍ତି କିରାଣୀ ।
ସୂଚନା ମୁତାବର, ଗତକାଲି ସିନିୟର କ୍ଲର୍କ ଦିଲ୍ଲୀପ କୁମାର ଜେନାଙ୍କ ଘରେ ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ରେଡ୍ ମାରିଥିଲା ଭିଜିଲାନ୍ସ । ୩କୋଟିରୁ ଅଧିକ ସମ୍ପତି ଠାବ କରାଯାଇଥିଲା । ଘରୁ ସୁନା ଗହଣା ସହିତ ନଗଦ ଟଙ୍କା ଏବଂ ଜାଗମରା ମଲ୍ଲିକ କମ୍ପେ୍ଲକ୍ସରେ ଥିବା ୪ମହଲା କୋଠା, ଯାହାର ମୂଲ୍ୟ ୧କୋଟି ୮ଲକ୍ଷ ଟଙ୍କା ହେବ ବୋଲି ଅନୁମାନ କରାଯାଇଛି । ସୁନା ଗହଣା ଏବଂ ଘର ସମେତ ଦାମୀ ଗାଡି ମଧ୍ୟ ଜବତ କରାଯାଇଥିଲା । ଏବେ କୋଟିପତି କିରାଣୀଙ୍କୁ ପୋଲିସ ଗିରଫ କରିଥିବା ବେଳେ ଆଉ କେତେ ସମ୍ପତି ଏବଂ ଘର-ଯାଗାବାଡି ଅଛି ସେନେଇ ତଦନ୍ତ ଜାରି ରହିଛି ।

Comments are closed.