କୃଷକ ନେତା ରାକେଶ ଟିକାୟତଙ୍କ ଦାବି । ଧାରଣା ସ୍ଥଳରେ କୃଷକ ମାନଙ୍କୁ ଟିକା ଦିଅନ୍ତୁ ସରକାର

132

କନକ ବ୍ୟୁରୋ : ଗୋଟିଏ ପଟେ କୃଷି ଆଇନକୁ ବିରୋଧ କରି ଦିଲ୍ଲୀ ସୀମାରେ କୃଷକ ମାନେ ଧାରଣାରେ ବସିଥିବା ବେଳେ ଅନ୍ୟପଟେ ଦେଶରେ ପୁଣି କରୋନାର ଦ୍ୱିତୀୟ ଲହର ଦେଖିବାକୁ ମିଳିଛି । ଏଭଳି ସ୍ଥଳେ ଏକଥାକୁ ମଧ୍ୟ ଅଣଦେଖା କରାଯାଇପାରିବ ନାହିଁ କି ଧାରଣାସ୍ଥଳରେ କୃଷକ ମାନେ କରୋନାରେ ସଂକ୍ରମିତ ନହେବେ । ଏନେଇ କୃଷକ ନେତା ରାକେଶ ଟିକାୟତ ସରକାରଙ୍କ ପାଖରେ ଦାବି କରିଛନ୍ତି କି ଧାରଣା ସ୍ଥଳରେ କୃଷକ ମାନଙ୍କୁ ଟିକାକରଣ କରାଯାଉ ।

ଏନେଇ ଏକ ଜାତୀୟ ଗଣମାଧ୍ୟମକୁ ଭାରତୀୟ କିଷାନ ୟୁନିୟନର ରାଷ୍ଟ୍ରୀୟ ଅଧ୍ୟକ୍ଷ ରାକେଶ ଟିକାୟତ କହିଛନ୍ତି କି ଦେଶରେ ଯେତେବେଳେ ପୁଣି କରୋନା ସଂକ୍ରମଣ ବଢିବାରେ ଲାଗିଛି ଲୋକମାନେ କୋଭିଡ୍ ଗାଇଡ ଲାଇନ୍ ପାଳନ କରିବା ଅର୍ନିବାର୍ଯ୍ୟ । ଏହାସହ ଆନ୍ଦୋଳନ ସ୍ଥଳରେ ବସିଥିବା କୃଷକ ମାନଙ୍କୁ ସରକାର ଟିକା ଦିଅନ୍ତୁ । ‘ଆନ୍ଦୋଳନ ସ୍ଥଳକୁ ଯାତାୟତ କରୁଥିବା ଲୋକମାନେ ସାମାଜିକ ଦୂରତା ପାଳନ କରୁଛନ୍ତି ହେଲେ ସରକାର ସେମାନଙ୍କୁ ଟିକା ପ୍ରଦାନ କଲେ ସଂକ୍ରମଣୟ ଭୟ ଦୂର ହୋଇଯିବ ।’

ଅନ୍ୟପଟେ ଜେଲରେ ବନ୍ଦି ଥିବା କଏଦୀ ମାନଙ୍କ ପ୍ରସଙ୍ଗ ଉଠାଇ ଟିକାୟତ କହିଛନ୍ତି କି ଜେଲରେ ଅନେକ ଭିଡ ହେଉଛି । ସେଠାରେ ସାମାଜିକ ଦୂରତା ନିୟମ ପାଳନ କରାଯାଉ ନାହିଁ । ତେଣୁ ସରକାର ତୁରନ୍ତ ଜେଲରେ ଥିବା କଏଦୀ ଓ କର୍ମଚାରୀ ମାନଙ୍କୁ ଟିକା ପ୍ରଦାନ କରନ୍ତୁ । ଅନ୍ୟପଟେ କରୋନା କାରଣରୁ ଆନ୍ଦୋଳନ ପ୍ରତ୍ୟାହାର କରାଯିବ ନାହିଁ ବୋଲି ସ୍ପଷ୍ଟ କରିଛନ୍ତି ଶ୍ରୀ ଟିକାୟତ ।

କହିରଖୁ କି ବୁଧବାର ଦିନ କରୋନା ସଂକ୍ରମଣ ବୃଦ୍ଧି ପାଉଥିବା ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶର ସମସ୍ତ ମୁଖ୍ୟମନ୍ତ୍ରୀ ମାନଙ୍କ ସହ ଆଲୋଚନା କରିଛନ୍ତି । ଏହି ଆଲୋଚନା ବେଳେ କୋଭିଡ୍ ନିୟମକୁ କଡା କଡି ପାଳନ କରିବାକୁ ସେ ପରାମର୍ଶ ଦେଇଛନ୍ତି ।