ସହରାଞ୍ଚଳ ଜଳ ନିଷ୍କାସନ ପାଇଁ ଆକ୍ସନ୍ ପ୍ଲାନ । ବର୍ଷା ଦିନ ପାଇଁ ମ୍ୟୁନିସିପାଲଟି କମିଶନର ପ୍ରସ୍ତୁତି ।

64

କନକ ବ୍ୟୁରୋ : ଆଗକୁ ବର୍ଷା ଦିନ ଆସୁଥିବା ବେଳେ ସହରାଞ୍ଚଳରେ ଜଳ ନିଷ୍କାସନ ନେଇ ଆକ୍ସନ୍ ପ୍ଲାନ୍ । ଜଳ ନିଷ୍କାସନ ପାଇଁ ଆକ୍ସନ୍ ପ୍ଲାନ୍ ପ୍ରସ୍ତୁତ କରିବାକୁ ସରକାର ନିର୍ଦ୍ଦେଶ ଦେଇଛନ୍ତି । ସମସ୍ତ ମ୍ୟୁନିସିପାଲଟି କମିଶନରଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ସମସ୍ତ ଡ୍ରେନ୍, ମ୍ୟାନହୋଲ ଗୁଡ଼ିକର ସ୍ଥିତି ଅନୁଧ୍ୟାନ ପାଇଁ ନିର୍ଦ୍ଦେଶ ଦିଆଯାଇଛି ।

ଡ୍ରେନଗୁଡ଼ିକର ମରାମତି କରିବା ଏବଂ ଘୋଡ଼ାଇବାର ବ୍ୟବସ୍ଥା କରାଯିବ । ଡ୍ରେନରେ କଭର ନଷ୍ଟ ହୋଇଥିଲେ ତୁରନ୍ତ ମରାମତି କରାଯିବ । ମରାମତି ସମ୍ଭବ ନହେଲେ ସତର୍କତା ପାଇଁ ସାଂକେତିକ ଚିହ୍ନ ରହିବ । ବର୍ଷାଦିନେ ଡ଼୍ରେନ ଯୋଗୁଁ କୌଣସି ପ୍ରକାର ଦୁର୍ଘଟଣାକୁ ଏଡ଼ାଇବାକୁ ପଦକ୍ଷେପ ନିଆଯାଇଛି ।