ମୁଖ୍ୟମନ୍ତ୍ରୀ ଯୋଗୀଙ୍କ ଅଜବ ନିର୍ଦ୍ଦେଶ । ଏଣିକି ସ୍କୁଲରେ ଲାଗିବ ଲାଉଡସ୍ପିକର !

651

କନକ ବ୍ୟୁରୋ: ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ନିର୍ଦ୍ଦେଶକୁ ନେଇ ଚର୍ଚ୍ଚା । ସେ କହିଛନ୍ତି ଯେ, ମସଜିଦ ଓ ମନ୍ଦିରରୁ ଅନାବଶ୍ୟକ ଲାଉଡସ୍ପିକର ହଟାଇବାରେ ସରକାର ସଫଳ ହୋଇଛନ୍ତି । ଯଦି ଅଯଥା ଲାଉଡ ସ୍ପିକର ଲାଗଯିବା ଏବଂ ଉଚ୍ଚ ସ୍ୱରରେ ବାଜିବା ନେଇ ଅଭିଯୋଗ ଆସେ ତେବେ ସମ୍ପୃକ୍ତ ସର୍କଲର ପୋଲିସ ଅଧିକାରୀ , ଡେପୁଟି କଲେକ୍ଟର ଓ ଅନ୍ୟ ଅଧିକାରୀ ଏନେଇ ଉତ୍ତରଦାୟୀ ରହିବେ ବୋଲି ଯୋଗୀ କହିଛନ୍ତି । ବିଭିନ୍ନ ଜିଲ୍ଲାରେ ହଟାଯାଇଥିବା ଲାଉଡସ୍ପିକର ଆବଶ୍ୟକତା ଅନୁଯାୟୀ ସେମାନଙ୍କୁ ନିକଟତମ ସ୍କୁଲଗୁଡିକୁ ଯୋଗାଇ ଦିଆଯିବ ବୋଲି ସେ କହିଛନ୍ତି ।

ଆସନ୍ତା ୪୮ ଘଣ୍ଟା ମଧ୍ୟରେ ରାଜ୍ୟର ବିଭିନ୍ନ ସ୍ଥାନରେ ରହିଥିବା ବେଆଇନ ଗାଡି ଷ୍ଟାଣ୍ଡକୁ ହଟାଇବା ପାଇଁ ମୁଖ୍ୟମନ୍ତ୍ରୀ କଡା ନିର୍ଦ୍ଦେଶ ଦେଇଛନ୍ତି । ବେଆଇନ ଟ୍ୟାକ୍ସି ଷ୍ଟାଣ୍ଡ ସମସ୍ୟାର ସମାଧାନ କରିବା ସ୍ଥାନୀୟ ପ୍ରଶାସନର ଦାୟିତ୍ୱ ବୋଲି ସେ କହିବା ସହ ଶିକ୍ଷାନୁଷ୍ଠାନଗୁଡିକରେ ପିଲାମାନଙ୍କୁ ଟ୍ରାଫିକ୍ ନିୟମ ଉପରେ ଶିକ୍ଷାଦାନ ଉପରେ ମୁଖ୍ୟମନ୍ତ୍ରୀ ଯୋଗୀ ଗୁରୁତ୍ୱ୍ୱ ଦେଇଛନ୍ତି ।