ଛତ୍ରଭଙ୍ଗ ଦେଲେ ଏକାଠି ହୋଇଥିବା ହଜାର ହଜାର ଡ୍ରାଇଭର : ଏକାଠି ହେବା ପାଇଁ ଅଡିଓ କ୍ଲିପରେ ଡକାଯାଇଥିଲା

340

କନକ ବ୍ୟୁରୋ : ଯାଜପୁର ଚଣ୍ଡିଖୋଲ ଛକରେ ଏକାଠି ହୋଇଥିବା ହଜାର ହଜାର ଡ୍ରାଇଭର ଏବେ ସ୍ଥାନ ଖାଲି କରିଦେଇଛନ୍ତି । ଡ୍ରାଇଭରଙ୍କୁ ଏକାଠି ହେବା ପାଇଁ କୁହାଯାଇଥିବା ଏକ ଅଡିଓ ଭାଇରାଲ ହେବା ପରେ ହଜାର ହଜାର ଆନ୍ଦୋଳନକାରୀ ଡ୍ରାଇଭର ଏକତ୍ରିତ ହୋଇଥିଲେ । ଏହି ଅଡିଓରେ ସମସ୍ତ ଆନ୍ଦୋଳନକାରୀଙ୍କୁ ଯାଜପୁର ଚଣ୍ଡିଖୋଲ ଛକରେ ପହଞ୍ଚିବାକୁ କୁହାଯାଇଥିଲା । ପୋଲିସ ଘଟଣାସ୍ଥଳରେ ପହଞ୍ଚିବା ଘଉଡାଇବାପରେ ଏବେ ଡ୍ରାଇଭରମାନେ ସ୍ଥାନ ଖାଲି କରିଦେଇଛନ୍ତି ।