ଡ୍ରାଇଭର ଆନ୍ଦୋଳନ ପ୍ରସଙ୍ଗ : ଆନ୍ଦୋଳନକାରୀଙ୍କ ସହଯୋଗ ଆଶା କଲେ ପରିବହନ ମନ୍ତ୍ରୀ; କହିଲେ…

155

କନକ ବ୍ୟୁରୋ : ଡ୍ରାଇଭର ସଂଘ ଆନ୍ଦୋଳନ ନେଇ ପ୍ରତିକ୍ରିୟା ରଖିଛନ୍ତି ପରିବହନ ମନ୍ତ୍ରୀ ଟୁକୁନି ସାହୁ । ଗତକାଲି ଡ୍ରାଇଭର ସଂଘ ସହ ମୁଖ୍ୟ ଶାସନ ସଚିବ ଓ ବିଭିନ୍ନ ଅଧିକାରୀ ସହ ସକରାତ୍ମକ ଆଲୋଚନା କରିଛନ୍ତି । ୩ମାସର ସମୟ ମଗାଯାଇଛି ଏହା ଭିତରେ ଉଚ୍ଚସ୍ତରୀୟ କମିଟି ଗଠନ ହେବ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନେତୃତ୍ୱରେ ସବୁ ଦିଗରେ ବିକାଶ କରିଛି । ତେଣୁ ଗଣତନ୍ତ୍ରରେ ଆନ୍ଦୋଳନ ସାଧାରଣ କଥା, ହେଲେ ପିଲାଙ୍କ ପରୀକ୍ଷା ଚାଲିଛି । ସ୍ୱାସ୍ଥ୍ୟଗତ ସମସ୍ୟା ନେଇ ପରିବହନ ବ୍ୟବସ୍ଥାରେ ସହଯୋଗ ମାଗିଛନ୍ତି ମନ୍ତ୍ରୀ ।