କେନ୍ଦ୍ରମନ୍ତ୍ରୀଙ୍କ ବଡ ଦାବି: କହିଲେ ‘ମହାରାଷ୍ଟ୍ରରେ ବିଜେପି ଆଉ ମାତ୍ର ୨-୩ ଦିନ ପାଇଁ ବିରୋଧୀ ଦଳ ହୋଇ ରହିବ’

168

କନକ ବ୍ୟୁରୋ: ଶିବସେନାରେ ଏବେ ଚଡକ ପଡିଛି । ଦଳର ବିଧାୟକମାନେ ଏକନାଥ ସିନ୍ଦେଙ୍କ ହାତ ଧରିବା ପରେ ଏବେ ମହାରାଷ୍ଟ୍ର ସରକାରଙ୍କ ସତ୍ତା ନେଇ ପ୍ରଶ୍ନ ଉଠୁଛି । ଏଭଳି ସମୟରେ ଏକ ବଡ ଦାବି କରିଛନ୍ତି କେନ୍ଦ୍ରମନ୍ତ୍ରୀ ରାଓସାହେବ ଦାନବେ । ଆସନ୍ତା ୨ରୁ ୩ ଦିନ ମଧ୍ୟରେ ମହାରାଷ୍ଟ୍ରରେ କ୍ଷମାତାସୀନ ମହାବିକାଶ ଅଘାଡି(ଏମଭିଏ)ର ସବୁ ଖେଳ ଶେଷ ହୋଇଯିବ । ରାଜ୍ୟରେ ବିଜେପି ଆଉ ମାତ୍ର ୨-୩ ଦିନ ପାଇଁ ବିରୋଧୀ ଦଳ ହୋଇ ରହିବ’ ବୋଲି ସେ ଦୃଢୋକ୍ତି ପ୍ରକାଶ କରିଛନ୍ତି । ଶିବସେନାର ୪୦ରୁ ଅଧିକ ବିଧାୟକ ବିଦ୍ରୋହ ଘୋଷଣା କରିବା ପରେ ସେ ଏପରି ବୟାନ ଦେଇଛନ୍ତି ।

ଜଲନାରେ କୃଷି ଭିବାଗର ଏକ ବିଲଡିିଙ୍ଗ ଉଦଘାଟନ ସମୟରେ ଏପରି କହିଛନ୍ତି ବିଜେପି ନେତା ରାଓସାହେବ ଦାନବେ । ‘ଏମଭିଏ ଖୁବ୍ ଶିଘ୍ର ଯୋଜନାମୂଳକ କାମ ଗୁଡିକୁ ସାରି ଦେବା ଉଚିତ । କାରଣ ବିଜେପି ଆଉ ମାତ୍ର ୨-୩ ଦିନ ପାଇଁ ବିରୋଧୀ ଦଳ ହୋଇ ରହିବ’ ବୋଲି କହିଛନ୍ତି ।

ବର୍ତ୍ତମାନ ଦେଖାଯାଇଥିବା ବିଦ୍ରୋହରେ ବିଜେପିର କୌଣସି ଭୂମିକା ନାହିଁ । ଏସିପି ଓ କଂଗ୍ରେସ ବିକାଶ ପାଇଁ ଆସିଥିବା ପାଣ୍ଠିକୁ ହରଣଚାଳ କରିବାରୁ ଶିବସେନାର ବିଧାୟକମାନେ ମୁଖ୍ୟମନ୍ତ୍ରୀ ଉଦ୍ଧବ ଡାକରରେଙ୍କୁ ଚାଡି ଚାଲିଯାଇଛନ୍ତି’ ବୋଲି ଦାନବେ କହିଛନ୍ତି ।

ଏକନାଥ ସିନ୍ଦେଙ୍କ ନେୃତ୍ୱରେ ଗୌହାଟିରେ ଡେରା ପକାଇଥିବା ବିଦ୍ରୋହୀ ଶିବସେନା ବିଧାୟକ ମାନେ କ’ଣ ବିଜେପି ସାଙ୍ଗରେ ହାତ ମିଶାଇବେ କି ବୋଲି ପଚରାଯିବାରୁ ଏହାର ଉତ୍ତେରରେ ମାନବେ କହିଛନ୍ତି ଯେ, ଏପରି ପ୍ରସ୍ତାବ ଏଯାଏଁ ଆସିନାହିଁ । ଯଦି ଆଗକୁ ଏପରି କିଛି ପ୍ରସ୍ତାବ ଆସେ ତେବେ ଦଳର ବରିଷ୍ଟ ତୋ ମାନେ ବସି ଏହା ଉପରେ ନିଷ୍ପତ୍ତି ନେବେ । ଏହାସହ ରଜ୍ୟରେ ରାଷ୍ଟ୍ରପତି ଶାସନ ଲାଗୁହେବାର କୌଣସି ସମ୍ଭାବନା ନାହିଁ ବୋଲି ମଧ୍ୟ ଦାନବେ କହିଛନ୍ତି ।