ରାଜ୍ୟର କରୋନା ମିଟର : ଆଜି ୬୯ ନୂଆ ପଜିଟିଭି ଚିହ୍ନଟ

116

କନକ ବ୍ୟୁରୋ : ରାଜ୍ୟରେ ୫୦ ତଳକୁ ଖସୁନି ଦୈନିକ ଆକ୍ରାନ୍ତଙ୍କ ସଂଖ୍ୟା । ଗୋଟିଏ ଦିନରେ ରାଜ୍ୟରେ ୬୯ ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ୪୨ ଜଣ ସଙ୍ଗରୋଧ କେନ୍ଦ୍ରରୁ ଚିହ୍ନଟ ହୋଇଥିବା ବେଳେ ୨୭ ଜଣ ପଜିଟିଭ ସ୍ଥାନୀୟ ସଂକ୍ରମଣରୁ ଚିହ୍ନଟ ହୋଇଛନ୍ତି । ଏଥିମଧ୍ୟରେ ୯ ଜଣ ୧୮ ବର୍ଷରୁ କମ୍ ବୟସର ଶିଶୁ- କିଶୋର ଥିବା ଜଣାଯାଇଛି । ଖୋର୍ଦ୍ଧା ଜିଲ୍ଲାରୁ ୨୬ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

ସେହିପରି ବାଲେଶ୍ୱରରୁ ୫, ବଲାଙ୍ଗୀର ଜଣେ, କଟକ ୧୩, ଜଗତସିଂହପୁର ଜଣେ, ଯାଜପୁର ୨, କଳାହାଣ୍ଡି ଜଣେ, ପୁରୀ ୨, ସମ୍ବଲପୁର ୪, ସୁନ୍ଦରଗଡ ୮ ଏବଂ ଷ୍ଟେଟପୋଲରୁ ୬ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ବର୍ତ୍ତମାନ ରାଜ୍ୟରେ ୪୫୬ ଜଣ ସକ୍ରିୟ ସଂକ୍ରମିତ ରହିଛନ୍ତି ।