ଦୁଇଟି ସ୍ଥାନରେ ମେଗା ରାଲି କଲେ ପ୍ରଧାନମନ୍ତ୍ରୀ ମୋଦୀ, ଜନସଭାରେ କଂଗ୍ରେସ ଓ ବାମପନ୍ଥୀଙ୍କୁ କଲେ ଟାର୍ଗେଟ

71

କନକ ବ୍ୟୁରୋ : ଆଗକୁ ତ୍ରିପୁରା ବିଧାନସଭା ନିର୍ବାଚନ । ସରଗରମ ରାଜ୍ୟରାଜନୀତି । କିଛି ଦିନ ପରେ ତ୍ରିପୁରା ଜନତା ବାଛିବେ ନୂଆ ସରକାର । ସେପଟେ ଭୋଟ ହାତେଇବା ପାଇଁ ବିଭିନ୍ନ ଦଳ ନିଜ ନିଜର କସରତ ଆରମ୍ଭ କଲେଣି । ବିଜେପି, କଂଗ୍ରେସ ନିଜର ଷ୍ଟାର ଓ ହେଭିୱେଟ ଚେହେରାଙ୍କୁ ପ୍ରଚାର ମଇଦାନକୁ ଓହ୍ଲାଇଛନ୍ତି । ଶନିବାର ତ୍ରିପୁରାରେ ପହଁଚି ଜୋରଦାର ପ୍ରଚାର କରିଛନ୍ତି ପ୍ରଧାନମନ୍ତ୍ରୀ ମୋଦୀ । ବିରୋଧୀଙ୍କୁ ମଂଚରୁ ସିଧା ସଳଖ ଟାର୍ଗେଟ କରି ମୋଦୀ କହିଛନ୍ତି କି କଂଗ୍ରେସ ଓ ବାମପନ୍ଥି ମେଂଟ ତ୍ରିୁପରା ସହ ବିଶ୍ୱାସଘାତକତା କରିଛି । ଏଥରକ ବିଜେପି ସରକାର ଗଠନ କଲେ ରାଜ୍ୟକୁ ହୀରାରେ ପରିଣତ କରିବ । ହୀରା ଅର୍ଥ ହାଇୱେ, ଇଂଟରନେଟ, ରେଲୱେ ଓ ଏୟାରୱେୟସ ସହ ଯୋଡିବ । ଆଦିବାସୀଙ୍କୁ ନୂଆ ପରିଚୟ ଓ ଅସୀମିତ ସମ୍ମାନ ଦେବା ପାଇଁ ବିଜେପି ସରକାର ନିରନ୍ତତର ପ୍ରୟାସ କରୁଛି । ରାଜ୍ୟର ଡବଲ ଇଂଜିନ ସରକାର ବିକାଶ ଏଥରକ ରୋକିବା ଅସମ୍ଭବ ।ରାଜ୍ୟର ଦୁଇଟି ସ୍ଥାନରେ ମେଗା ରାଲି କରିଛନ୍ତି ମୋଦୀ । ୨୦୧୮ ମସିହାରେ ବାମପନ୍ଥୀର ୨୫ବର୍ଷ ପୁରୁଣା ଗଢକୁ ଭାଙ୍ଗି ବିଜେପି ତ୍ରିପୁରାରେ ସରକାର ଗଠନ କରିଥିଲା । ଗତ ନିର୍ବାଚନରେ ବିଜେପି ୬୦ ଆସନରୁ ୪୩ ଆସନ ନିଜ ନାଁରେ କରିଛି । ତେଣୁ ଏଥରକ ମଧ୍ୟ ଶାସନ କ୍ଷମତା ହାତେଇବା ପାଇଁ ଜିତତୋଡ ମେହେନତ କରୁଛି ବିଜେପି ।ରାଜନୈତିକ ବିଶେଷଜ୍ଞଙ୍କ ମତରେ ବିଜେପି ପାଇଁ ଦୁଇଟି ଚ୍ୟ।।ଲଂଚ ରହିଛି । ଗୋଟେ ପଟେ କଂଗ୍ରେସ ଓ ବାମପନ୍ଥି ମେଂଟ ଅନ୍ୟପଟେ ଅହଂଚଳିକ ଦଳର ମେଂଟ । ଏଥିସହ ସ୍ଥାନୀୟ ଲୋକଙ୍କ କିଛି ଦାବି ରହିଛି