ଆଜି ପବିତ୍ର ମହାଳୟା, ପରମ୍ପରା ଅନୁସାରେ ମାଆ ଦୂର୍ଗାଙ୍କ ମୃଣ୍ମୟୀ ମୂର୍ତିରେ ଖଡ଼ି ଲାଗି । 

67

କନକ ବ୍ୟୁରୋ: ଆଜି ହେଉଛି ପବିତ୍ର ମହାଳୟା, ଖଡ଼ି ଚଢା ଅମାବାସ୍ୟା । ପରମ୍ପରା ଅନୁସାରେ ଆଜିର ଦିନରେ ମାଆ ଜଗତଜନନୀ ଦୁର୍ଗାଙ୍କ ମୂର୍ତିରେ ଖଡି ଚଢା ହୋଇଥାଏ । ଏହା ପରେ ପରେ ମାଆଙ୍କର ସମସ୍ତ ରୀତିନୀତି ହୋଇଥାଏ । କଟକ ବାଲୁ ବଜାରରେ ଥିବା ବିନୋଦ ବିହାରୀ ପୂଜା କମିଟିରେ ବେଶ ନିଆରା ଭାବରେ ପୂଜାପଦ୍ଧତି ପାଳିତ ହୋଇଥାଏ । ଏହି ପୂଜା ମଣ୍ଡପରେ ବହୁପୁରୁଣା ରୀତିନୀତିର ମାଆଦୁର୍ଗାଙ୍କ ପୂଜା କରାଯାଉଛି ।

ସମ୍ପୁର୍ଣ୍ଣ ବଙ୍ଗୀୟ ରୀତିରେ ମାଆଙ୍କର ପୂଜା କରାଯାଉଛି । ସବୁଠୁ ବଡ଼ କଥାହେଲା ଏଠାରେ ପରମ୍ପରା ରହିଛି ଯେ ମାଆଙ୍କ ମୂର୍ତିରେ ଖଡି ଲାଗି ପରେ ମୂର୍ତିରେ କୌଣସି କୃତ୍ରିମ ରଙ୍ଗ ନୁହେଁ ପ୍ରାକୃତିକ ରଙ୍ଗ ଦିଆଯାଇଥାଏ । ତା ସହିତ ମୂତର୍୍ି କୌଣସି କାରିଗର ନୁହେଁ ବ୍ରାହ୍ମଣ ମାନେ ହିଁ ଗଢିବା ରହିଛି ପରମ୍ପରା  । ସମ୍ପୂର୍ଣ୍ଣ  ଭାବେ ନିଆରା ଆଉ ଭିନ୍ନ ଭାବେ ଏଠାରେ ମାଆଙ୍କ ମୂର୍ତି ଗଢିବା ସହିତ ପୂଜା ରୀତିନୀତି ରହିଛି ଏହି ମଣ୍ଡପରେ ।