ଶ୍ରୀକ୍ଷେତ୍ରରେ ଗୁପ୍ତ ଗୁଣ୍ଡିଚା ଯାତ୍ରା। ଆଶ୍ୱିନ ଶୁକ୍ଳ ପ୍ରତିପଦାରୁ ନଅଦିନ ଧରି ଚାଲିବ ଶାକ୍ତ ଗୁଣ୍ଡିଚା ଯାତ୍ରା। 

62

କନକ ବ୍ୟୁରୋ: ଶ୍ରୀକ୍ଷେତ୍ରରେ ଗୁପ୍ତ ଗୁଣ୍ଡିଚା ଯାତ୍ରା । ଆଜିଠାରୁ ଆରମ୍ଭ ହୋଇଛି ନବଦିନ ବ୍ୟାପୀ ଶାକ୍ତ ଗୁଣ୍ଡିଚା ଯାତ୍ରା । ଶାରଦୀୟ ଦୁର୍ଗାପୂଜା ଅବସରରେ ପ୍ରଭୁ ମାଧବ, ଦେବୀ ଦୁର୍ଗାଙ୍କୁ ସାଙ୍ଗରେ ଗୁପ୍ତ ଯାତ୍ରା କରିବାର ରହିଛି ବିଶ୍ୱାସ । ଆଉ ସେହି ବିଶ୍ୱାସ ଆଧାରରେ ପ୍ରତିବର୍ଷ ଭଳି ଚଳିତଥର ବି ପାଳନ ହେଉଛି ଏହି ଗୁପ୍ତ ଗୁଣ୍ଡିଚା ଯାତ୍ରା । ଆଶ୍ୱିନ ଶୁକ୍ଳ ପ୍ରତିପଦାରୁ ଆରମ୍ଭ ହୋଇଥାଏ ଏହି ଯାତ୍ରା । ମାଆ ଦୁର୍ଗାଙ୍କ ପୂଜା ଚାଲିଥିବା ବେଳେ ଦୁର୍ଗା ମାଧବଙ୍କୁ ଏକାଠି ଉପାସନା କରିବାର ରହିଛି ପରମ୍ପରା ।

ଶୁକ୍ଳ ପ୍ରତିପଦାରୁ ଦଶହରା ପର୍ଯ୍ୟନ୍ତ ଦୁର୍ଗାମାଧବ ଦୋଳମଣ୍ଡପ ସାହି ନାରାୟଣ ମନ୍ଦିରକୁ ଯାତ୍ରା କରିଥାନ୍ତି । ଶ୍ରୀମନ୍ଦିରରେ ସକାଳଧୂପ ଶେଷ ହେବା ପରେ  ଭଣ୍ଡାରଘର ଦ୍ୱାରରେ ଗତ ୮ ଦିନ ଧରି  ରୁନ୍ଧା ହୋଇ ବିଜେ କରିଥିବା ଦୁର୍ଗାମାଧବ ମହାପ୍ରଭୁଙ୍କ ଶ୍ରୀଅଙ୍ଗରୁ ଆଜ୍ଞାମାଳ ପାଇଥାନ୍ତି । ଏହି ଆଜ୍ଞାମାଳ ପାଇବା ପରେ  ଜୟବିଜୟ ଦ୍ୱାର ଦେଇ  ଝୁଲଣ ମଣ୍ଡପ ନିକଟରେ ଥିବା ରଥକୁ ବିଜେ କରିଥାନ୍ତି ।