ରାଜଗାଙ୍ଗପୁର ଅଞ୍ଚଳରେ ବେଆଇନ୍ ଭାବେ ଚାଲିଛି କୁକୁଡା ଲଢେଇ। ପୁଲିସର ଅଚାନକ ଚଢାଉରେ ୨୭ ଗିରଫ।

53

କନକ ବ୍ୟୁରୋ: ଗାଡି ସିଟରୁ ବାହାରୁଛି ପୁଳା ପୁଳା ଟଙ୍କା । ବେଆଇନ୍ ଭାବେ ଚାଲିଥିବା କୁକୁଡା ଖେଳ ଉପରେ ପୁଲିସର ଚଢାଉ କରିଛି । ଚଢାଉ ସମୟରେ ଲକ୍ଷାଧିକ ଟଙ୍କା ସହ ୨୭ଜଣଙ୍କୁ ପଚରାଉଚୁରା କରୁଛି ପୁଲିସ । ରାଜଗାଙ୍ଗପୁର ଅଞ୍ଚଳରେ ପୁଲିସ ପକ୍ଷରୁ ଏହି ଚଢାଉ କରାଯାଇଛି । ପୂର୍ବରୁ ଏହି ସ୍ଥାନରେ ଜୁଆଆଡା ଚାଲିଥିବା ପୁଲିସକୁ ଖବର ମିଳିଥିଲା । ବେଆଇନ୍ ଭାବେ ଜୁଆ ଖେଳ ସହିତ କୁକୁଡା ଲଢେଇ କରାଯାଉଥିବା ବେଳେ ରାଜଗାଙ୍ଗପୁର ଏସ୍ଡ଼ିପିଓଙ୍କ ନେତୃତ୍ୱରେ ଏହି ଚଢାଉ କରାଯାଇଛି ।

ଘଟଣାସ୍ଥଳରୁ ୨୭ଜଣଙ୍କୁ ଗିରଫ କରାଯାଇଛି । ସେମାନଙ୍କ ନିକଟରୁ ୧୯ଟି ମୋବାଇଲ, ୧୩ଟି ବାଇକ୍ , ଗୋଟିଏ କାର୍ ସହିତ ୧ଲକ୍ଷ ୧୮ହଜାର ଟଙ୍କା ଜବତ କରାଯାଇଛି । ତେବେ ଏହି ଜୁଆ ଆଡ୍ଡାରୁ ନେଇ କୁକୁଡା ଲଢେଇ ଆଦି କରାଉଥିବା ଲୋକ ସବୁ ଝାଡଖଣ୍ଡରୁ ବୋଲି ଜଣାପଡ଼ିଛି । ଦିନ ଦିନ ଧରି ଏହି ଅଞ୍ଚଳରେ ଏହି ବେଆଇନ୍ କାମ ଚାଲିଥିବା ବେଳେ ଶେଷରେ ପୁଲିସ ଏମାନଙ୍କୁ ଧରିବାରେ ସଫଳ ହାଇଛି ।