ପେଟ୍ରୋଲ ଢାଳି ଯୁବକଙ୍କୁ ନିଆଁ ଲଗାଇଦେଲେ । ନିଆଁରେ ଜଳି ଯୁବକଙ୍କ ଚାଲିଗଲା ଜୀବନ । ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ହତ୍ୟାକାଣ୍ଡ ସନ୍ଦେହ । 

126

କନକ ବ୍ୟୁରୋ : ପେଟ୍ରୋଲ ଢାଳି ଯୁବକଙ୍କୁ ନିଆଁ ଲଗାଇଦେଲେ ଦୁର୍ବୃତ୍ତ । ନିଆଁରେ ଜଳି ଚାଲିଗଲା ଯୁବକଙ୍କ ଜୀବନ । ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ହତ୍ୟାକାଣ୍ଡ କରାଯାଇଥିବା ସନ୍ଦେହ କରାଯାଉଛି । ଏଭଳି ଲୋମଟାଙ୍କୁରା ହତ୍ୟାକାଣ୍ଡ ଘଟିଛି ଅନୁଗୁଳ ଜିଲ୍ଲା କେନ୍ଦୁସାହି ଗାଁରେ ।

ହତ୍ୟାକାଣ୍ଡ ପରେ ଘଟଣାସ୍ଥଳରୁ ଦୁର୍ବୃତ୍ତ ଫେରାର ହୋଇଯାଇଛି । ଘଟଣାସ୍ଥଳରେ ହିଁ ଯୁବକଙ୍କ ମୃତ୍ୟୁ ହୋଇଛି । ମୃତ ଯୁବକ ଜଣକ ହେଲେ ରାଜକିଶୋର ପ୍ରଧାନ । ଅନ୍ୟପକ୍ଷରେ ଘଟଣାସ୍ଥଳରେ ହଣ୍ଡପା ପୋଲିସ ପହଞ୍ଚି ଶବ ଜବତ କରିବା ସହ ତଦନ୍ତ ଆରମ୍ଭ କରିଛି ।