ଅଡୁଆରେ ବଲିଉଡ୍ ଅଭିନେତ୍ରୀ ତମନ୍ନା ଭାଟିଆ । ମହାଦେବ ବେଟିଂ ଆପ୍ ମାମଲାରେ ନୋଟିସ୍ ପଠାଇଲା ମହାରାଷ୍ଟ୍ର ସାଇବର ସେଲ୍

130

କନକ ବ୍ୟୁରୋ : ଅଡୁଆରେ ବଲିଉଡ୍ ଅଭିନେତ୍ରୀ ତମନ୍ନା ଭାଟିଆ । ମହାରାଷ୍ଟ୍ରର ସାଇବର ସେଲ ତମନ୍ନାଙ୍କୁ ନୋଟିସ୍ ପଠାଇଛି । ଫେଆର ପ୍ଲେ ବେଟିଂ ଆପ୍ ସମ୍ପର୍କିତ ମାମଲାରେ ଏହି ନୋଟିସ୍ ପଠାଯାଇଛି । ଏହି ଆପରେ ଆଇପିଏଲ ମ୍ୟାଚ୍ ଦେଖିବାକୁ ପ୍ରୋତ୍ସାହନ ଦେବା ମାମଲାରେ ଏହି ନୋଟିସ୍ ହୋଇଛି । ଆସନ୍ତା ସପ୍ତାହରେ ହାଜର ହୋଇ ଉତର ରଖିବାକୁ ତମନ୍ନାଙ୍କୁ କୁହାଯାଇଛି । ଫେଆର ପ୍ଲେ ବେଟିଂ ଆପରେ ବେଆଇନ ଭାବେ ଆଇପିଏଲ ମ୍ୟାଚକୁ ପ୍ରସାରଣ କରାଯାଇଥିବା ଅଭିଯୋଗ ହୋଇଥିଲା । ଏହାକୁ ନେଇ ପ୍ରସାରଣକାରୀ ସଂସ୍ଥା ଅଭିଯୋଗ କରିଥିଲା । ଏହାପରେ ମହାରାଷ୍ଟ୍ର ସାଇବର ସେଲ ତଦନ୍ତ ଚଳାଇଛି । ପୂର୍ବରୁ ମାମଲାରେ ଗାୟକ ବାଦଶାହା, ଅଭିନେତା ସଂଜୟ ଦତ ଓ ଅଭିନେତ୍ରୀ ଜ୍ୟାକଲିନ ଫର୍ଣ୍ଣାଡେଜଙ୍କୁ ପଚରାଉଚରା କରିସାରିଛି ସାଇବର ସେଲ । ମହାଦେବ ବେଟିଂ ଆପ୍ର ଏକ ଶାଖା ଆପ୍ ହେଉଛି ଫେଆର ପ୍ଲେ ବେଟିଂ ଆପ । ଏହାର ତଦନ୍ତ ଚଳାଇଛି ଇଡି । ପ୍ରାୟ ୬ ହଜାର କୋଟି ଟଙ୍କାର ଏଥିରେ ଦୁର୍ନୀତି ହୋଇଥିବା ଇଡି କହିଛି ।