ଦେଶରେ କରୋନା ସଂକ୍ରମଣ ବୃଦ୍ଧି, ରାଜ୍ୟମାନଙ୍କୁ ଚିଠି ଲେଖିଛି କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରାଳୟ।

103

କନକ ବ୍ୟୁରୋ: ଦେଶରେ କରୋନା ସଂକ୍ରମଣ ବୃଦ୍ଧି ପାଇବାରେ ଲାଗିଛି । ଦୈନିକ ସଂକ୍ରମଣ ୨୦ହଜାର ପାଖାପାଖି ରହୁଛି । ବିଶେଷ କରି ୫ ରାଜ୍ୟରେ ସଂକ୍ରମଣ ଦ୍ରୁତ ଗତିରେ ବୃଦ୍ଧି ପାଉଛି । ସ୍ଥିତିକୁ ଦୃଷ୍ଟିରେ ରଖି ରାଜ୍ୟମାନଙ୍କୁ ଚିଠି ଲେଖିଛି କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରାଳୟ ।

ସ୍ୱାଧୀନତା ଦିବସ ଅବସରରେ ଭିଡରୁ ଦୂରେଇ ରହିବା ପାଇଁ ଚିଠିରେ କହିଛି କେନ୍ଦ୍ର । ଯେପରି ଭିଡ ନହୁଏ. କୋଭିଡ ପ୍ରୋଟକଲ ସୂଚରାରୂପେ ପାଳନ କରାଯାଏ, ଓ ସର୍ତକତା ରହିବାକୁ ହେବ ସେ ନେଇ ରାଜ୍ୟମାନଙ୍କୁ କହିଛି କେନ୍ଦ୍ର । ସେପଟେ ଦିଲ୍ଲୀରେ କୋଭିଡ ସଂକ୍ରମଣ ବୃଦ୍ଧି ପାଇବାପରେ ଶୁକ୍ରବାରଠୁ ସର୍ବସାଧାରଣ ସ୍ଥାନରେ ମାସ୍କ ପରିଧାନ ବାଧ୍ୟତାମୂଳକ କରାଯାଇଛି