ଚୀନ-ତାଇୱାନ ସଙ୍କଟ, ଦୁଇ ଦେଶକୁ ପରାମର୍ଶ ଦେଲା ଭାରତ 

170

କନକ ବ୍ୟୁରୋ: ଚୀନ-ତାଇୱାନ ମଧ୍ୟରେ ସୃଷ୍ଟି ହୋଇଥିବା ଯୁଦ୍ଧ ପରିସ୍ଥିତିକୁ ନେଇ ବୟାନ ରଖିଛି ଭାରତ । ଭାରତୀୟ ବୈଦେଶିକ ମନ୍ତ୍ରାଳୟ ମୁଖପାତ୍ର ଅରିନ୍ଦମ ବାଗଚୀ ସାମ୍ବାଦିକ ସମ୍ମିଳନୀ କରି ଭାରତର ଆଭିମୁଖ୍ୟ ସମ୍ବନ୍ଧରେ ସୂଚନା ଦେଇଛନ୍ତି । ଏଥିସହ ଦୁଇ ଦେଶକୁ ପରାମର୍ଶ ମଧ୍ୟ ଦେଇଛି ଭାରତ । ଭାରତ କହିଛି, ଏକତରଫା କାର୍ଯ୍ୟାନୁଷ୍ଠାନ ଗ୍ର୍ରହଣରୁ  ଦୂରେଇ ରହିବା ଉଚିତ । ଶାନ୍ତି ଓ ଧୌର୍ଯ୍ୟର ଆବଶ୍ୟକତା ରହିଛି । ଉତ୍ତେଜନା ଓ ବିବାଦକୁ କମ କରିବା ପାଇଁ ଶାନ୍ତି ଏବଂ ସ୍ଥିରତା ବଜାୟ ରଖିବାକୁ ଅନୁରୋଧ କରିଛି ଭାରତ । ଅନ୍ୟପଟେ ଆତଙ୍କବାଦ ପ୍ରସଙ୍ଗରେ ଚୀନକୁ ପରୋକ୍ଷରେ ସମାଲୋଚନା କରିଛି ଭାରତ । ମିଳିତ ଜାତିସଂଘରେ ଭାରତ ଓ ଆମେରିକା ଜୈଶ-ଏ-ମହମ୍ମଦର କୁଖ୍ୟାତ ଆତଙ୍କବାଦୀ ଅବଦୁଲ ରଉଫ ଅଜହରକୁ ଅର୍ନ୍ତଜାତୀୟ ଆତଙ୍କବାଦୀ ମାନ୍ୟତା ଦେବା ପାଇଁ ପ୍ରସ୍ତାବ ଦେଇଥିଲେ । ହେଲେ ପ୍ରସ୍ତାବକୁ ଖାରଜ କରିଛି ଚୀନ । ଯାହାକୁ ନେଇ ଭାରତ କହିଛି କି ଯେବେ ଆତଙ୍କବାଦ ବିରୋଧରେ ବିଶ୍ୱ ସମୁହର ଲଢେଇ କଥା ଉଠୁଛି ହେଲେ ପ୍ରକୃତରେ ସମୟରେ ଏହା ଫେଲ ମାରୁଛି । ଏହା ଏକ ଦୁଭାଗ୍ୟଜନକ ଘଟଣା ବୋଲି ଭାରତୀୟ ବୈଦେଶିକ ମନ୍ତ୍ରାଳୟ ମୁଖପାତ୍ର ଅରିନ୍ଦମ ବାଗଚୀ କହିଛନ୍ତି ।