ସାମ୍ନାକୁ ଆସିଲା ହର ହର ଶମ୍ଭୁ ସଂଗୀତ ପଛର ସଂଘର୍ଷ । କନକ ନ୍ୟୁଜକୁ  ଗୀତିକାର ଜିତୁ ଶର୍ମା କହିଲେ ଗୀତ ପଛର କାହାଣୀ…

527

କନକ ବ୍ୟୁରୋ: ସାରାଦେଶରେ ଲୋକପ୍ରିୟତା ଅର୍ଜନ କରିଛି ଭଜନ ହର ହର ଶମ୍ଭୁ  । ୟୁଟ୍ୟୁବରେ ୮କୋଟିରୁ ଅଧିକ ଲୋକ ଏହି ଗୀତକୁ ଶୁଣି ସାରିଛନ୍ତି । ହେଲେ ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ ଏହି ଗୀତର ଗୀତିକାର ଅର୍ଥାତ ଯିଏ ଗୀତଟିକୁ ପ୍ରସ୍ତୁତ କରିଥିଲେ ସେ ଗୀତ ରେକର୍ଡିଂ କରିବା ପାଇଁ ତାଙ୍କ ଗାଡିକୁ ବିକ୍ରି କରି ଦେଇଥିଲେ ।

ଜିତୁ ଶର୍ମା  । ହର ହର ଶମ୍ଭୁ ଭଜନର ଗୀତିକାର । ପିଲାଟି ଦିନରୁ ଗୀତ ଲେଖିବା ଓ ଗାଇବା ତାଙ୍କର ହବି ଥିଲା । ଅଭାବ ଅନଟନ ସତ୍ୱେ ମଧ୍ୟ ସେ ଗୀତ ଲେଖିବା ଓ ଗାଇବା ଛାଡି ପାରି ନଥିଲେ । ଗୀତ ରେକର୍ଡିଂ ପାଇଁ ପାଖରେ ପଇସା ନଥିବାରୁ ଅନେକ ସମୟରେ କରିପାରୁ ନଥିଲେ । କରୋନା ସମୟରେ ଗୀତ ରେକର୍ଡିଂ ପାଇଁ ପାଖରେ ପଇସା ନଥିବାରୁ ଓ କିସ୍ତି ଦେଇ ନପାରିବାରୁ ଗାଡିକୁ ବିକ୍ରି କରି ଦେଇଥିଲେ । ହେଲେ ହାରି ନଥିଲେ ଜିତୁ । ଜାରି ରଖିଥିଲେ ସଂଘର୍ଷ ।

ବାପା ଜଣେ ସାମାନ୍ୟ ପରିବା ଦୋକାନୀ ହୋଇଥିବାରୁ ଓ ମା ଜଣେ ଗୃହିଣୀ ହୋଇଥିବାରୁ ଜିତୁଙ୍କ ପରିବାରର ଆର୍ଥିକ ଅବସ୍ଥା ସେତେ ଭଲ ନଥିଲା । ପରିବାରର ଆର୍ଥିିକ ସ୍ଥିିତିକୁ ଦେଖି ୨୦୧୦ରେ ଏକ ଟାଟା ଏସି ଗାଡି କିଣି ଦି ପଇସା ରୋଜଗାର କରିବାକୁ ଉଦ୍ୟମ କରିଥିଲେ ।

କେବଳ ଏତିକି ନୁହେଁ ଗୀତ ପ୍ରସ୍ତୁତ କରିବା ତାଙ୍କର ଏମିତି ନିଶା ବନି ଯାଇଥିଲା ଯେ ପାଖରେ ପଇସା ନଥିଲେ ବି ସାଂଗମାନଙ୍କଠାରୁ ଧାର ଆଣି ଗୀତ ରେକର୍ଡିଂ କରୁଥିଲେ । ଆଉ ଶେଷରେ ହର ହର ଶମ୍ଭୁ ତାଙ୍କୁ ସଫଳତା ଆଣି ଦେଇଛି । ଏବେ ସେ ଲକ୍ଷ ଲକ୍ଷ ଟଙ୍କା କମାଉଛନ୍ତି । ହେଲେ, ସେ ପୁରୁଣା ଦିନର ସେହି ସ୍ମୃତିକୁ ଏବେ ବି ଭୁଲି ନାହାଁନ୍ତିି । ହର ହର ଶମ୍ଭୁ ହିଟ୍ ହେବା ପରେ ପାର୍ଟ-ଟୁ କେବେ ଆସିବ ତାକୁ ନେଇ ଲୋକଙ୍କ ଭିତରେ ଉତ୍କଣ୍ଠା ବଢ଼ିବାରେ ଲାଗିଛି । ଏନେଇ ଜିତୁ କୁହନ୍ତି, ଯୋଜନା ଚାଲିଛି  ।

ସେପଟେ ବିବାଦ ପରେ ୟୁଟ୍ୟୁବରୁ ଗୀତ ହଟାଇଛନ୍ତି ଫରମାନି ନାଜ୍ । ଜିତୁ ହରହର ଶମ୍ଭୁର ମୂଳ ଗୀତିକାର ହୋଇଥିବାର ତାଙ୍କ ବିନା ଅନୁମତିରେ ଫରମାନୀ ଗୀତ ଗାଇ ୟୁଟ୍ୟୁବରେ ଅପଲୋଡ କରିଥିବାରୁ ସେ ଆପତି ଉଠାଇଥିଲେ । କପି ରାଇଟ୍ ନିୟମ ଅନୁସାରେ ସେପଟେ ବିବାଦ ପରେ ୟୁଟ୍ୟୁବରୁ ଗୀତ ହଟାଇଛନ୍ତି ଫରମାନି ନାଜ୍ । ଜିତୁ ହରହର ଶମ୍ଭୁର ମୂଳ ଗୀତିକାର ହୋଇଥିବାର ତାଙ୍କ ବିନା ଅନୁମତିରେ ଫରମାନୀ ଗୀତ ଗାଇ ୟୁଟ୍ୟୁବରେ ଅପଲୋଡ କରିଥିବାରୁ ସେ ଆପତି ଉଠାଇଥିଲେ । କପି ରାଇଟ୍ ନିୟମ ଅନୁସାରେ ଆଇନଗତ ପଦକ୍ଷେପ ନେବାକୁ କହିଥିଲେ । ଯାହାକୁ ନେଇ ବିବାଦ ମୁଣ୍ଡ ଟେକିବା ପରେ ଓହରି ଯାଇଛନ୍ତି ଫରମାନୀ ।