ଘର କଳିରେ ପଶିଲା କଂଗ୍ରେସ, ପିଏମ ଆବାସ ଯୋଜନାରେ କେନ୍ଦ୍ରମନ୍ତ୍ରୀଙ୍କ ତାଗିଦକୁ ସମାଲୋଚନା କଲା କଂଗ୍ରେସ। 

74

କନକ ବ୍ୟୁରୋ: ବଲାଙ୍ଗିର କୁସଙ୍ଗ, ଲୋଇସିଙ୍ଗା ପଞ୍ଚାୟତରେ ଉପଯୁକ୍ତ ହିତାଧୀକାରୀଙ୍କୁ ଆବାସ ଯୋଜନାର ଲାଭ ମିଳିନାହିଁ । କେବଳ ଏହା ଗୋଟିଏ ଚିତ୍ର ନୁହେଁ ଓଡିଶାର ୯ଟି ଜିଲ୍ଲାରେ ଏଯାବତ ପ୍ରଧାନମନ୍ତ୍ରୀ ଆବାସ ଯୋଜନାର ଲାଭ ପାଇପାରିନାହାନ୍ତି ପ୍ରକୃତ ହିତାଧିକାରୀ । ଆବାସ ପୋର୍ଟାଲ ବନ୍ଦ ହୋଇଯାଇଥିବାରୁ ଏବଂ ଦୁର୍ନୀତିର କଥା ସାମ୍ନାକୁ ଆସିବା ପରେ ଏମାନେ କେବେ ମୁଣ୍ଡ ଉପରକୁ ଛାତ ପାଇବେ ଅପେକ୍ଷା କରି ରହିଛନ୍ତି ।

ମୁଖ୍ୟମନ୍ତ୍ରୀ ସ୍ୱଚ୍ଛତାର ପ୍ରତିଶ୍ରୁତି ଦେଲେ ଆବାସ ଯୋଜନାରେ ଆବଶ୍ୟକ ଘର ଯୋଗାଇ ଦେବେ କେନ୍ଦ୍ର ସରକାର । ଗୁରୁବାର ଦିଲ୍ଲୀରେ ଓଡିଶା ସରକାରଙ୍କ ପଞ୍ଚାୟତିରାଜ ମନ୍ତ୍ରୀ ପ୍ରଦୀପ ଅମାତଙ୍କୁ ଏହା କହିଛନ୍ତି କେନ୍ଦ୍ରମନ୍ତ୍ରୀ ଗିରିରାଜ ସିଂହ । ଏବେ ଏହାକୁ ନେଇ ପ୍ରଶ୍ନ ଉଠାଇଛି କଂଗ୍ରେସ । ମୁଖ୍ୟମନ୍ତ୍ରୀ ଲିଖିତ ଆକାରରେ ଦେଲେ ଯେ ଘର ମିଳିବ ଏପରି କହିବାର ଅଧିକାର କେନ୍ଦ୍ରମନ୍ତ୍ରୀଙ୍କର ନାହିଁ । କେନ୍ଦ୍ରମନ୍ତ୍ରୀ ଏପରି କହି ସଂଘୀୟ ବ୍ୟବସ୍ଥାକୁ ଉଲ୍ଲଂଘନ କରିଛନ୍ତି । ଫୋନି ଏବଂ ବାକି ହିତାଧୀକାରୀଙ୍କୁ ମିଶାଇଲେ କେନ୍ଦ୍ର  ୧୦ ଲକ୍ଷ ହିତାଧିକାରୀଙ୍କ ମୁଣ୍ଡ ଉପରକୁ ଛାତ ଖଣ୍ଡିିଏ ଦେବ ବୋଲି ସୂଚନା ରହିଛି । ସେପଟେ କଂଗ୍ରେସ ନେତା ସୁଦର୍ଶନ ଦାସ  କହିଛନ୍ତି ଯେ ବିଧାନସଭାରେ ମନ୍ତ୍ରୀ ୧୨ ଲକ୍ଷ ହିତାଧିକାରୀ ଘର ପାଇବାକୁ ଅପେକ୍ଷା କରିଥିବା କଥା ସୂଚନା ଦେଇଥିଲେ । ଏପରି ସ୍ଥିତିରେ ବାକି ଘର ଯୋଗାଇ ଦେବାକୁ କେନ୍ଦ୍ରମନ୍ତ୍ରୀ ଯେଉଁ ସର୍ତ ରଖିଛନ୍ତି ତାହାକୁ ସତରେ କଣ ପାଳନ କରିବେ ଓଡିଶା ସରକାର ? ଆଉ ଯଦି ଓଡିଶା ସରକାର ନମାନନ୍ତି ତେବେ ବାକି ହିତାଧିକାରୀଙ୍କ ମୁଣ୍ଡକୁ ଛାତ ମିଳିବ ତ?