ବିଦ୍ରୋହୀ ବିଧାୟକଙ୍କୁ ସୁପ୍ରିମକୋର୍ଟରୁ ମିଳିଲା ବଡ ଆଶ୍ୱସ୍ତି: ଉପବାଚସ୍ପତିଙ୍କ ନୋଟିସ ଉପରେ ଲାଗିଲା ରୋକ

233

କନକ ବ୍ୟୁରୋ: ମହାରାଷ୍ଟ୍ରର ରାଜନୈତିିକ ବିବାଦ ଭିତରେ ସୁପ୍ରମିକୋର୍ଟଙ୍କ ଶୁଣାଣି । ୧୬ ବିଧାୟକଙ୍କୁ ଅଯୋଗ୍ୟ ଘୋଷଣା ନିଷ୍ପତିିକୁ ରଦ୍ଦ କଲେ ଦୁଇ ଜଣିଆ ଖଣ୍ଡପୀଠ । ମହାରାଷ୍ଟ ଉପ-ବାଚସ୍ପତି, ଶିବସେନା ବିଧାୟକ ଦଳର ନେତାଙ୍କୁ ପକ୍ଷ ରଖିବାକୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ପରେ ସିନ୍ଦେ କ୍ୟାମ୍ପକୁ ଆଶ୍ୱସ୍ତି । ବିଦ୍ରୋହୀ ବିଧାୟକ କହିଲେ ଏହା ହେଉଛି ବାଲସାହେବ ଠାକରେଙ୍କ ହିନ୍ଦୁତ୍ୱର ବିଜୟ । ଆନାସ୍ଥା ପ୍ରସ୍ତାବ ପାଇଁ ଏକାନାଥ ସିନ୍ଦେଙ୍କ ପ୍ରସ୍ୁତି ।

ସୁପ୍ରିମକୋର୍ଟରେ ପହଂଚିଛି ମହାରାଷ୍ଟ୍ରରେ ଦେଖାଦେଇଥିବା ରାଜନୈତିକ ବିବାଦ । ବିଦ୍ରୋହୀ ବିଧାୟକଙ୍କ ନେତା ଏକାନାଥ ସିନ୍ଦେଙ୍କ ପକ୍ଷରୁ ଦାଖଲ କରାଯାଇଥିବା ଦୁଇଟି ମାମଲାର ଶୁଣାଣି କରି କୋର୍ଟ ଶିବସେନା ବିଧାୟକ ଦଳର ନେତା ଅଜୟ ଚୌଧୁରୀ ଏବଂ ସୁନିଲ ପ୍ରଭୁଙ୍କୁ ୫ ଦିନ ମଧ୍ୟରେ ପକ୍ଷ ରଖିବାକୁ ନିଦ୍ଦେଶ ଦେଇଛନ୍ତି । ୧୬ ବିଦ୍ରୋହୀ ବିଧାୟକଙ୍କ ପଦବୀ ରଦ୍ଦ ପାଇଁ ଉପ-ବାଚସ୍ପତି ଜାରି କରିଥିବା ନୋଟିସ୍ ବିରୋଧରେ ଦାଖଲ ମାମଲାରେ କୋର୍ଟ ମହାରାଷ୍ଟ୍ରର ଉପ ବାଚସ୍ପତି, ମହାରାଷ୍ଟ୍ର ସକ୍ରେଟେରୀ ଏବଂ କେନ୍ଦ୍ର ସରକାରକୁ ନୋଟିସ୍ ଜାରୀ କରିଛନ୍ତି । ବଦ୍ରୋହୀ ବିଧାୟକମାନଙ୍କୁ ଆଜି ଅପରାହ୍ଣ ସାଢେ ୫ ଟା ମଧ୍ୟରେ ପକ୍ଷ ରଖିବାକୁ ଉପ ବାଚସ୍ପତି ଦେଇଥିବା ସମୟ ଅବଧିକୁ ଆସନ୍ତା ଜୁଲାଇ ୧୧ ତାରିଖ ଅପରାହ୍ଣ ସାଢେ ୫ଟା ଯାଏ ଘୁଂଚାଇ ଦେଇଛନ୍ତି କୋର୍ଟ । ବିଦ୍ରୋହୀ ବିଧାୟକଙ୍କ ଜୀବନ ପ୍ରତି ବିପଦ ଥିବା ଦର୍ଶାଇ ଦାଖଲ ମାମଲାରେ କୋର୍ଟ ସହାରାଷ୍ଟ୍ର ସରକାରଙ୍କୁ ବିଦ୍ରୋହୀ ବିଧାୟକ, ତାଙ୍କ ପରିବାର ଏବଂ ସମ୍ପତିକୁ ସୁରକ୍ଷା ଯୋଗାଇଦେବାକୁ ନିର୍ଦ୍ଦେଶ ଦେଇଛନ୍ତି । ଏଥିସହ ମାମଲାର ପରବର୍ତି ଶୁଣାଣି ଜୁଲାଇ ୧୧ ତାରିଖକୁ ଧାର୍ଯ୍ୟ କରିଛନ୍ତି ଦୁଇ ଜଣିଆ ଖଣ୍ଡପୀଠ ।

ଜଷ୍ଟିସ୍ ସୁର୍ଯର୍୍ୟକାନ୍ତ ଏବଂ ଜେ.ବି ପାରଡିୱାଲାଙ୍କୁ ନେଇ ଗଠିତ ଖଣ୍ଡପୀଠ କହିଛନ୍ତି, ଆମେ ସେଭଳି କୌଣସି ନିର୍ଦ୍ଦେଶ ଦେବୁ ନାହି, ଯେଉଁଥି ପାଇଁ ଅନାବଶ୍ୟକ ଅଡୁଆ ସଷ୍ଟି ହେବ । ଯଦି କିଛି ବେଆଇନ ହେଉଛି ତୁମେ ସୁପ୍ରିମକୋର୍ଟ ଆସିପାରିବ ବୋଲି ଖଣ୍ଡପୀଠ ଶିବସେନା ନେତୃତାଧିନ ଏମଭିଏ ସରକାରଙ୍କୁ କହିଛନ୍ତି ।

କୋର୍ଟ ମହାରାଷ୍ଟ୍ରର ଉପ ବାଚସ୍ପତିଙ୍କୁ ନୋଟିସ୍ ଜାରି କରି ତାଙ୍କ ବିରୋଧରେ ବିଦ୍ରୋହୀ ବିଧାୟକ ଆଣିଥିବା ଅନାସ୍ଥା ପ୍ରସ୍ତାବ ଉପରେ ମତ ରଖିବାକୁ କହିଛନ୍ତିି । କିନ୍ତୁ ୧୧ ତାରିଖ ମଧ୍ୟରେ ମହାରାଷ୍ଟ୍ର ବିଧାନସଭାରେ ଫ୍ଲୋର ଟେଷ୍ଟ ନ କରିବା ନେଇ କୋର୍ଟ କୌଣସି ନିର୍ଦ୍ଦେଶ ଦେଇନାହାଁନ୍ତି । ଆଜି ଏମଭିଏ ସରକାରରୁ ବିଦ୍ରୋହୀ ବିଧାୟକ ଏକନାଥ ସିନ୍ଦେଙ୍କ ଗୋଷ୍ଠୀର ୩୮ ବିଧାୟକ ସମର୍ଥନ ପ୍ରତ୍ୟାହାର କରିନେଇଛନ୍ତି । ଫଳରେ ସଂଖ୍ୟା ଲଘୁରେ ପରିଣତ ହୋଇଯାଇଛି ଏମଭିଏ ସରକାର । ତେଣୁ ଖୁବଶଘ୍ର ଏମଭିଏ ସରକାରଙ୍କୁ ଫ୍ଲୋର ଟେଷ୍ଟର ସାମ୍ନା କରିବାକୁ ପଡିପାରେ ବୋଲି କୁହାଯାଉଛିିି । ଏପଟେ ବିଦ୍ରୋହୀ ବିଧାୟକଙ୍କୁ ଶିବସେନା ନେତା ସଞ୍ଜୟ ରାଉତଙ୍କ ଧମକ ପରେ ପୁଣେରେ ଶକ୍ତି ପଦର୍ଶନ କରିଛନ୍ତି ସିନ୍ଦେଙ୍କ ସମର୍ଥକ । ଆଉ ସଞ୍ଜୟଙ୍କୁ ମନ୍ତବ୍ୟ ଉପରେ ଯବାବ ରଖିଛନ୍ତି ବିଜେପି ନେତା ତଥା କେନ୍ଦ୍ରମନ୍ତ୍ରୀ ମୁକତାର ଆବାସ ନକଭି ।

ଗୌହ୍ୱାଟୀରେ ସିନ୍ଦେଙ୍କ କ୍ୟାମ୍ପରେ ଥିବା ଶିବସେନାର ୩୮ ବିଧାୟକଙ୍କ ମଧ୍ୟରୁ ୨୦ ଜଣ ଉଦ୍ଧବ ଠାକରେଙ୍କ ଯୋଗାଯୋଗରେ ଥିବା ସେନା ଦାବି କରୁଥିବା ବେଳେ ଶିବସେନାର ଆଉ ଜଣେ ବିଧାୟକ ତଥା ଉଚ୍ଚଶିକ୍ଷା ମନ୍ତ୍ରୀ ସିନ୍ଦେଙ୍କ କ୍ୟାମ୍ପରେ ଯୋଗଦେଇଛନ୍ତି । ତେବେ ଖୁବ୍ ଶିଘ୍ର ରାଜ୍ୟପାଳଙ୍କୁ ଭେଟି ଅନାସ୍ଥା ପ୍ରସ୍ତାବ ପାଇଁ ଦାବି କରିପାରନ୍ତି ସିନ୍ଦେଙ୍କ ଗୋଷ୍ଠୀ ।