ଅଡୁଆରେ ଶିବସେନା ସଙ୍କଟ ମୋଚକ ସଞ୍ଜୟ ରାଉତ: ଜମି ଦୁର୍ନିତୀ ମାମଲାରେ ଜେରା ପାଇଁ ଶିବସେନା ସାଂସଦଙ୍କୁ ଇଡିର ସମନ

114

କନକ ବ୍ୟୁରୋ: ବଡ ସଙ୍କଟ ଦେଇ ଗତି କରୁଛି ମହାରାଷ୍ଟ୍ର ମହାବିକାଶ ଅଘାଡ଼ି । କୌଣସି ମୁହୁର୍ତରେ ଭାଙ୍ଗିପାରେ ସରକାର । ଗଠନ ହୋଇପାରେ ନୂଆ ସରକାର । ଏହା ଭିତରେ ଶିବସେନା ସାଂସଦ ସଂଜୟ ରାଉତଙ୍କୁ ସୋମବାର ବଡ ଝଟକା ମିଳିଛି । ଦୁର୍ନୀତି ମାମଲାରେ ସଂଜୟ ରାଉତଙ୍କୁ ଜେରା ପାଇଁ ନୋଟିସ ପଠାଇଛି ପ୍ରବର୍ତନ ନିର୍ଦ୍ଦେଶ।।ଳୟ । ୨୮ ତାରିଖ ଦିନ ମହାରାଷ୍ଟ୍ର ଇଡି କାର୍ଯ୍ୟାଳୟରେ ହାଜର ହେବାକୁ ସମନରେ କୁହାଯାଉଛି ।

କିଛି ଦିନ ପୂର୍ବରୁ ସାମ୍ନାକୁ ଆସିଥିବା ପ୍ରବୀଣ ରାଉତ ଓ ପାତ୍ରା ଚାଲ ଜମି ଦୁର୍ନୀିତି ମାମଲାରେ ଏହି ସମନ ସଂଜୟଙ୍କୁ ପଠାଯାଇଛି । ମାମଲାରେ ପାଖାପାଖି ୧୧ଶହ କୋଟି ଟଙ୍କାର ଅର୍ଥ ହେରଫେର ହୋଇଥିବା ଜଣାପଡିଛି । ଏହି ମାମଲାରେ ପୂର୍ବରୁ ସଂଜୟଙ୍କ ସହଯୋଗୀ ପ୍ରବୀଣ ରାୱତ ୯କୋଟି ଟଙ୍କା ଓ ସାଂସଦଙ୍କ ପତ୍ନୀ ୨କୋଟି ଟଙ୍କାର ଦୁର୍ନୀତି କରିଥିବା ଅଭିଯୋଗରେ ପ୍ରଥମେ ଜେରା ଓ ପରେ ଗିରଫ କରିସାରିଛି ଇଡି ।

ଜମି ଦୁୁର୍ନୀତି ଅଭିଯୋଗ ଆସିବା ପରେ ଏପ୍ରିଲ ୫ ତାରିଖରେ ଇଡି ସଂଜୟ ରାଉତଙ୍କ ସମ୍ପତି ଆଟାଚ କରିଥିଲା । ଗୋଟେ ପଟେ ସଂଜୟ ରାଉତଙ୍କ ନାଁରେ ଇଡି ସମନ ଜାରି କରିଥିବାବେଳେ ଅନ୍ୟପଟେ ଉଦ୍ଧବ ଠାକରେ ଆକ୍ସନ ମୋଡକୁ ଆସି ୯ଜଣ ବିଦ୍ରୋହୀଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି । ୯ଜଣ ମନ୍ତ୍ରୀଙ୍କ ହାତରୁ ଉଦ୍ଧବ ଠାକରେ ବିଭାଗ ଛଡାଇନେଇଛନ୍ତି