ମୌସୁମୀ ବର୍ଷା ନେଇ ଭାରତୀୟ ପାଣିପାଗ ବିଭାଗର ଆକଳନ । ଚଳିତ ବର୍ଷ ସ୍ୱାଭାବିକ ହେବ ମୌସୁମୀ ବର୍ଷା

181

କନକ ବ୍ୟୁରୋ: ମୌସୁମୀକୁ ନେଇ ଏକ ଖୁସି ଖବର ସାମ୍ନାକୁ ଆସିଛି । ଚଳିତ ବର୍ଷ ମୌସୁମୀ ବର୍ଷା ସ୍ୱାଭାବିକ ହେବ ବୋଲି ଭାରତୀୟ ପାଣିପାଗ ବିଭାଗ ଆକଳନ କରିଛି । ପାଣିପାଗ ବିଭାଗର ଆକଳନ ଅନୁସାରେ, ଚଳିତବର୍ଷର୍ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ସ୍ୱାଭାବିକ ରହିବ ଏବଂ ଜୁନରୁ ସେପ୍ଟେମ୍ବର ମଧ୍ୟରେ ଭଲ ବର୍ଷା ହେବ । ବିଶେଷକରି ଉତ୍ତର ଭାରତ ଓ କେନ୍ଦ୍ର ଭାରତରେ ସ୍ୱାଭାବିକଠାରୁ ଅଧିକ ବର୍ଷା ହେବାର ସମ୍ଭାବନା ରହିଥିବା ଆକଳନ କରିଛି ଭାରତୀୟ ପାଣିପାଗ ବିଭାଗ ।

ଚାଷୀଙ୍କ ପାଇଁ ଖୁସି ଖବର । ଏ ବର୍ଷ ସ୍ୱାଭାବିକ ରହିବ ମୌସୁମୀ । ଚଳିତ ବର୍ଷ ୨୦୨୨ ମୌସୁମୀକୁ ନେଇ ଏଭଳି ଆକଳନ କରିଛି ଭାରତୀୟ ପାଣିପାଗ ବିଭାଗ । ଆକଳନ ଅନୁସାରେ, ଚଳିତ ବର୍ଷର୍ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ସ୍ୱାଭାବିକ ରହିବ ଏବଂ ଜୁନରୁ ସେପ୍ଟେମ୍ବର ମଧ୍ୟରେ ଭଲ ବର୍ଷା ହେବ ବୋଲି ଭାରତୀୟ ପାଣିପାଗ ବିଭାଗ ପୁର୍ବାନୁମାନ କରିଛି । ବର୍ଷା ପରିମାଣ ଏହି ସମୟ ଅବଧିରେ ୯୬ରୁ ୧୦୪ ପ୍ରତିଶତ ରହିବା ଆକଳନ କରାଯାଇଛି । ବିଶେଷକରି ଉତର ଭାରତ ଓ କେନ୍ଦ୍ର ଭାରତରେ ସାମାନ୍ୟ ଠାରୁ ଅଧିକ ବର୍ଷା ହେବାର ସମ୍ଭାବନା ରହିଛି । ଏହାଦ୍ୱାରା ଚାଷ ଓ ଏ ସମ୍ପର୍କିତ କ୍ଷେତ୍ରରେ ଅଭିବୃଦ୍ଧି ବଢିପାରେ ବୋଲି ଆଶା କରାଯାଉଛି । ଯଦି ଓଡ଼ିଶା କଥା ଦେଖିବା ତା ହେଲେ ମୌସୁମୀ ସ୍ୱାଭାବିକ ରହିପାରେ ବୋଲି ଭାରତୀୟ ପାଣିପାଗ ବିଭାଗ ଆକଳନ କରିଛି । ସେହିପରି ପ୍ରତିବର୍ଷ ଜୁନରୁ ସେପ୍ଟେମ୍ବର ଭିତରେ ୧୧୬ସେଣ୍ଟିମିଟର ବର୍ଷା ହୁଏ ଚଳିତ ବର୍ଷ ମଧ୍ୟ ସେଇ ପାଖାପାଖି ବର୍ଷା ହେବାର ପୂର୍ବାନୁମାନ କରାଯାଇଛି ।

ଲଗାତାର ଚତୁର୍ଥ ବର୍ଷ ଧରି ସ୍ୱାଭାବିକ ହେବ ମୌମୁମୀ ବର୍ଷା । ଏହା ପୂର୍ବରୁ ୨୦୧୯, ୨୦୨୦ ଓ ୨୦୨୧ରେ ମଧ୍ୟ ସ୍ୱାଭାବିକ ହୋଇଥିଲା ମୌସୁମୀ ବର୍ଷା । ଜୁନ ମାସରୁ ସେପ୍ଟେମ୍ବର ମାସ ଭିତର ଦକ୍ଷିଣ ପଶ୍ଚିମ ମୌସୁମୀ ପ୍ରଭାବରେ ଦେଶରେ ସ୍ୱାଭାବିକ ମୌସୁମୀ ବର୍ଷା ରେକର୍ଡ ହୋଇଥିଲା । ଏବଂ ଚଳିତ ବର୍ଷ ମଧ୍ୟ ପୂର୍ବାନୁମାନ ଅନୁସାରେ ମୌସୁମୀ ବର୍ଷା ହେବ ବୋଲି ପାଣିପାଗ ବିଭାଗ ଆକଳନ କରିଛି । ପୂର୍ବାନୁମାନ ଅନୁସାରେ ଯଦି ବର୍ଷା ହୁଏ ତେବେ କୃଷି କ୍ଷେତ୍ରର ଅଭିବୃଦ୍ଦି ହେବା ସହ ଗ୍ରୀଷ୍ମ ପ୍ରବାହ ମଧ୍ୟ କମିବ । ସେପଟେ ଉତ୍ତରପୂର୍ବ ଭାରତରେ ଆବଶ୍ୟକ ଠାରୁ କମ ବର୍ଷାର ସମ୍ଭାବନା ଥିବା ଆକଳନ କରିଛି ଭାରତୀୟ ପାଣିପାଗ ବିଭାଗ ।