ସୋନପୁର ଦେଶର ଉତ୍ତପ୍ତ ସହର । ଏପ୍ରିଲ ମାସରେ ଦାଉ ସାଧିଲାଣି ତାତି, ୧୬ ଜିଲ୍ଲାରେ ତାପମାତ୍ରା ୪୦ ଉପରେ ।

654

କନକ ବ୍ୟୁରୋ : ତାପମାତ୍ରା ବଢ଼ିବାରେ ଲାଗିଛି, ଜଳୁଛି ଓଡିଶା । ସୋନପୁର ହୋଇଛି ଦେଶର ସବୁଠୁ ଉତପ୍ତ ସହର । ୪୪ଦଶମିକ ୨ଡିଗ୍ରୀ ସେଲସିୟସ ତାପମାତ୍ରା ସହ ସୋନପୁର ଦେଶରେ ଆଜି ସବୁଠାରୁ ଉତପ୍ତ ସହର ହୋଇଛି । ରାଜ୍ୟର ୧୬ଟି ସହରର ତାପମାତ୍ରା ୪୦ ଡିଗ୍ରୀ ଉପରେ ରହିଛି । ବଲାଙ୍ଗୀର ୪୨ ଦଶମିକ ୮, ବାରିପଦା ୪୨ ଦଶମିକ ୫, ଝାରସୁଗୁଡା ୪୨ ଦଶମିକ ୨ ଡିଗ୍ରୀ ଓ ବୌଦ୍ଧର ତାପମାତ୍ରା ୪୨ ଡିଗ୍ରୀ ସେଲିସିୟସ ରେକର୍ଡ କରାଯାଇଛି ।

ସେହିପରି ଟିଟିଲାଗଡ଼ର ତାପମାତ୍ରା ୪୧.୮, ଅନଗୁଳ ୪୧.୭ ଓ ଟିଟିଲାଗଡ଼ ଓ ସୁନ୍ଦରଗଡ଼ର ତାପମାତ୍ରା ୪୧.୫ ଡିଗ୍ରୀ ସେଲସିୟସ ହୋଇଛି । ପଶ୍ଚିମ ଓଡ଼ିଶା ଠାରୁ ଅପେକ୍ଷାକୃତ କମ୍ ରହିଛି ଉପକୂଳ ଓଡ଼ିଶାର ତାପମାତ୍ରା । ଭୁବନେଶ୍ୱରର ତାପମାତ୍ରା ୩୭.୭ ଡିଗ୍ରୀ ଥିବା ବେଳେ କଟକର ତାପମାତ୍ରା ୩୮.୪ ଡିଗ୍ରୀ ରେକର୍ଡ କରାଯାଇଛି । ଏପ୍ରିଲ ମାସରେ କାଳବୈଶାଖୀ ହୋଇନଥିବାରୁ ତାପମାତ୍ରା ବୃଦ୍ଧି ପାଉଥିବା କୁହାଯାଉଛି । ଆସନ୍ତାକାଲି ମଧ୍ୟ ଗ୍ରୀଷ୍ମପ୍ରବାହ ଜାରି ରହିବ ବୋଲି ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।