ସସପେଣ୍ଡ ହେଲେ କୋଟିପତି ପିଏସ ବିରଞ୍ଚି ନାରାୟଣ ସାହୁ । ବିରଞ୍ଚିଙ୍କୁ ସସପେଣ୍ଡ କଲା ଓଏସଏସସି

253

କନକ ବ୍ୟୁରୋ: ସସପେଣ୍ଡ ହେଲେ କୋଟିପତି ପିଏସ ବିରଞ୍ଚି ନାରାୟାଣ ସାହୁ । ବିରଞ୍ଚିଙ୍କୁ ସସପେଣ୍ଡ କଲା ଓଏସଏସସି । ନିଲମ୍ବନ କରିବା ସହ ବିରଞ୍ଚିଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସରକାରଙ୍କୁ ସୁପାରିଶ କରିଛି ଓଏସଏସସି । ଆୟ ବର୍ହିଭୁତ ସମ୍ପତ୍ତି ଠୁଳ ମାମଲାରେ ଗିରଫ ହୋଇଥିଲେ ବିରଞ୍ଚି । ବିରଞ୍ଚିଙ୍କ ଠାରୁ ସାଢେ ୩ କୋଟି ଟଙ୍କାର ସମ୍ପତ୍ତି ଠାବ କରିଛି ଭିଜିଲାନ୍ସ ।

ବିରଞ୍ଚି ଆୟ ବର୍ହିଭୂତ ସମ୍ପତ୍ତି ଠୁଳ କରିବା ଅଭିଯୋଗରେ ତାଙ୍କର ବିଭିନ୍ନ ଠିକଣାରେ ଜୁଲାଇ ୩୦ ତାରିଖରେ ଚଢ଼ାଉ କରିଥିଲା ଭିଜିଲାନ୍ସ । ଚଢ଼ାଉ ପରେ ସାମନାକୁ ଆସିଥିଲା ତାଙ୍କର କୁବେର ଭଳି ସମ୍ପତ୍ତିର ହିସାବ । ଏହାସହ ବିପୁଳ ପରିମାଣର ସୁନା ଗହଣା ମଧ୍ୟ ଜବତ ହୋଇଥିଲା । ଏତେ ସମ୍ପତ୍ତି ଠାବ କରିବା ପରେ ତାଙ୍କୁ ଗିରଫ କରିଥିଲା ଭିଜିଲାନ୍ସ ।