ମୁମ୍ବାଇ ଏୟାରପୋର୍ଟରେ ତୁମୁଳ କାଣ୍ଡ : ନାଁ ପରିବର୍ତ୍ତନକୁ ନେଇ ତାତିଲେ ଶିବସେନା କର୍ମୀ 

189

କନକ ବ୍ୟୁରୋ: ମୁମ୍ବାଇ ଏୟାରପୋର୍ଟରେ ଶିବସେନାର ତୁମୁଳ କାଣ୍ଡ । ଏୟାରପୋର୍ଟର ନାଁ ପରିବର୍ତ୍ତନକୁ ବିରୋଧ କରି ସେନା କର୍ମକର୍ତ୍ତାମାନେ ଏପରି କାଣ୍ଡ ଘଟାଇଛନ୍ତି । ‘ଆଦାନି ଏୟାରପୋର୍ଟ’ ହୋର୍ଡିଙ୍ଗକୁ ଭାଙ୍ଗିଦେଇଛନ୍ତି ସେନାର କର୍ମୀ । ଆଦାନି ନାଁ ହଟାଇ ଶିବାଜୀଙ୍କ ନାଁ ରଖିବାକୁ ନାରା ଦେଇଥିଲେ ଦଳର କର୍ମୀ ।

ସୂଚନା ମୁତାବକ, ପୂର୍ବରୁ ଏହାର ନାଁ ଶିବାଜୀ ଏୟାରପୋର୍ଟ ଥିଲା  । କିନ୍ତୁ ଦେଶର ବେସାମରିକ ବିମାନ ଚଳାଚଳ କ୍ଷେତ୍ରରେ ଆଦାନୀ ଗ୍ରୁପ୍ ପୁଂଜି ନିବେଶ କରିବା ପରେ ଏହାର ନାଁ ପରିବର୍ତ୍ତନ କରାଯାଇ ଆଦାନୀ ଗ୍ରୁପର ନାଁରେ ‘ଆଦାନୀ ଏୟାରପୋର୍ଟ’ ରଖାଯାଇଥିଲା । ଏହାକୁ ମହାରାଷ୍ଟ୍ର ବାସିନ୍ଦା ଆଦୌ ଗ୍ରହଣ କରିପାରୁନାହାଁନ୍ତି  ।ତେଣୁ ସରକାର ପୂର୍ବଭଳି ଏୟାରପୋର୍ଟର ନାଁ ଶିବାଜୀଙ୍କ ନାଁରେ ରଖିବାକୁ ସେନା କର୍ମୀ ଦାବି କରିଛନ୍ତି ।