କୋଟିପତି ପିଏସଙ୍କ ବିରୋଧରେ ସାଂଘାତିକ ଅଭିଯୋଗ ଆଣିଲେ ପରୀକ୍ଷାର୍ଥୀ : କହିଲେ, ନିଯୁକ୍ତି ପାଇଁ ୧୦ଲକ୍ଷ ଟଙ୍କା ଲାଞ୍ଚ ମାଗିଥିଲେ

375

କନକ ବ୍ୟୁରୋ : ଓଏସଏସସି ନିଯୁକ୍ତିରେ ବଡ ଧରଣର ଦୁର୍ନୀତି ଅଭିଯୋଗ ଆଣିଛନ୍ତି ଜଣେ ପରୀକ୍ଷାର୍ଥୀ । ପ୍ରତିକ୍ରିୟା ଦେଇ ପରୀକ୍ଷାର୍ଥୀ ଅଜୟ ପଣ୍ଡା କହିଛନ୍ତି ଚାକିରୀ କରାଇ ଦେବା ପାଇଁ ତାଙ୍କ ଠାରୁ ୧୦ଲକ୍ଷ ଟଙ୍କା ଲାଞ୍ଚ ଦାବି କରିଥିଲେ ଭିଜିଲାନ୍ସ ହାତରେ ଗିରଫ ହୋଇଥିବା ଓଏସଏସସି ସଦସ୍ୟଙ୍କ କୋଟିପତି ପିଏସ ବିରଞ୍ଚି ନାରାୟଣ ସାହୁ । ଏପରିକି ସେ ମହାଦେବ ମନ୍ଦିରର ବୃଷଭ ଥିଲେ ବୋଲି କହିଛନ୍ତି ।

ଅର୍ଥାତ ଓଏସଏସସି ଦୁର୍ନୀତିର ଗନ୍ତାଘର ଏବଂ ବିରଞ୍ଚିଙ୍କ ଜରିଆରେ ମୂଳରୁ ଚୂଳ ସବୁ କର୍ମଚାରୀ ଓ ଅଧିକାରୀ ନିଯୁକ୍ତି ଜାଲିଆତିରେ ସମ୍ପୃକ୍ତ ବୋଲି ସେ ଅଭିଯୋଗ କରିଛନ୍ତି । ଏପରିକି ଓଏସଏସସି ନିଯୁକ୍ତି ଜାଲିଆତିରେ ରାଜନେତାଙ୍କ ସମ୍ପୃକ୍ତି ରହିଥିବା ସେ ଅଭିଯୋଗ କରିଛନ୍ତି । ଦରକାର ପଡିଲେ ନିଯୁକ୍ତି ଦୁର୍ନୀତିର ତଦନ୍ତରେ ଭିଜିଲାନ୍ସକୁ ସହଯୋଗ କରିବେ ବୋଲି ମଧ୍ୟ କହିଛନ୍ତି ଏହି ପରୀକ୍ଷାର୍ଥୀ ଅଜୟ ପଣ୍ଡା ।