ବିବାହ ବେଳେ ସରକାର ଦେବେ ଉପହାର, ‘ୱେଡିଂ କିଟ୍’ ଦେବ ସ୍ୱାସ୍ଥ୍ୟ ବିଭାଗ।

873

କନକ ବ୍ୟୁରୋ: ଫ୍ରି-ବି ବା ମାଗଣା ବଣ୍ଟାକୁ ନେଇ ସୁପ୍ରିମକୋର୍ଟ ଉଦବେଗ ପ୍ରକାଶ କରୁଥିବା ବେଳେ ନବଦମ୍ପତିଙ୍କୁ ଗିଫ୍ଟ ହେବ ସ୍ୱାସ୍ଥ୍ୟ ବିଭାଗ । ଅବଶ୍ୟ ଫ୍ୟାମିଲି ପ୍ଲାନିଂ ବା ପରିବାର ନିୟୋଜନକୁ ପ୍ରୋତ୍ସାହନ ଦେବା ଏହାର ଉଦ୍ଦେଶ୍ୟ ରହିଛି । ଏହି ୱେଡିଂ କିଟ୍ ହେଉଛି ଜାତୀୟ ସ୍ୱାସ୍ଥ୍ୟ ମିଶନ୍ ଅନ୍ତର୍ଗତ ‘ନଇ ପହଲ୍ ଯୋଜନା’ର ଅଂଶ ବିଶେଷ ।

ନବଦମ୍ପତିଙ୍କ ପାଇଁ ଏହି ଯୋଜନା ସେପ୍ଟେମ୍ବର ମାସରୁ ଲାଗୁ ହେବ । ପ୍ରଥମ ରାଜ୍ୟ ଭାବେ ଓଡ଼ିଶା ଦେବାକୁ ଯାଉଛି ନବଦମ୍ପତିଙ୍କୁ ଏଭଳି ଗିଫ୍ଟ  । ଏଥିରେ ଆଇନା, ପାନିଆ ସହ ନବବଧୂଙ୍କ ପ୍ରସାଧନ ସାମଗ୍ରୀ ରହିବା ସହ ପରିବାର ନିୟୋଜନ କିଟ୍ ମଧ୍ୟ ଦିଆଯିବ । ନବ ବିବାହିତଙ୍କୁ ଏହି ଉପହାର କିଟ୍ ବାଣ୍ଟିବେ ଆଶାକର୍ମୀ ଏବଂ ଫ୍ୟାମିଲି ପ୍ଲାନିଂ ପାଇଁ ସେମାନଙ୍କୁ ଉତ୍ସାହିତ କରିବେ। ଏ ନେଇ ଆଶାକର୍ମୀଙ୍କୁ ସ୍ୱତନ୍ତ୍ର ତାଲିମ୍  ଦିଆଯିବ ।

ନଜର ପକାନ୍ତୁ, ୱେଡିଂ କିଟ୍ରେ ରହିବ କ’ଣ?

ଆଇନା, ପାନିଆ, ଟିକିଲି, ନେ଼ଲ୍ କଟ୍ର, ରୁମାଲ ଓ ଟାୱେଲ ଏହା ସହ ବିବାହ ପଞ୍ଜିକରଣ ଫର୍ମ, ଫ୍ୟାମିଲି ପ୍ଲାନିଂ ପାଇଁ ପୁସ୍ତିକା, କଂଟ୍ରାସେଟିଭ୍ ପିଲ୍, କଣ୍ଡୋମ, ଗର୍ଭ ପରୀକ୍ଷା କିଟ୍