ଶ୍ରାବଣ ପୂର୍ଣ୍ଣିମାରେ ଗଜପତି ଜିଲ୍ଲାରେ ପାଳନ ହେଲା ଗହ୍ମା ଡିଆଁ ପର୍ବ। ସାହି ସାହିରେ ନିଆରା କାର୍ଯ୍ୟକ୍ରମ।

53

କନକ ବ୍ୟୁରୋ: ଶ୍ରାବଣ ପୂର୍ଣ୍ଣିମାରେ ଗଜପତି ଜିଲ୍ଲାର ବିଭିନ୍ନ ସ୍ଥାନରେ ପାଳିତ ହେଉଛି ଗହ୍ମା ଡିଆଁ ପର୍ବ । ଆଧୁନିକତାର ଛାପରେ ପୁରୁଣା ସଂସ୍କୃତି ଓ ପରମ୍ପରା ଲିଭିଯାଉଥିବା ବେଳେ ଏହାକୁ ବଜାୟ ରଖିବା ପାଇଁ ଏହି ପର୍ବ ଏବେ ବି ଗଜପତି ଜିଲ୍ଲାରେ ଦେଖିବାକୁ ମିଳିଛି । ପୂର୍ବରୁ ଏହାକୁ ଗଣପର୍ବ ଭାବେ ପାଳନ କରାଯାଉଥିଲା ।

ପ୍ରତ୍ୟେକ ସାହି ସାହିରେ ଗହ୍ମା ଡ଼ିଆଁ ପର୍ବ ହେଉଥିଲା । ଏବେ ଏହା କିଛି ହାତଗଣତି ସ୍ଥାନରେ ପାଳନ କରାଯାଉଛି । ଏହି ପର୍ବ ଆୟୋଜନ କରିବା ଏବଂ ଏଥିରେ ଭାଗନେବାକୁ ଆଗଭଳି ଆଉ ଲୋକେ ଉତ୍ସାହ ଦେଖାଉନାହାନ୍ତି । ବର୍ତମାନର ଯୁବପିଢି ମୋବାଇଲ କିମ୍ବା ସିନେମା ଦେଖି ସମୟ ନଷ୍ଟ କରୁଥିବା ବେଳେ ଶାରୀରିକ କଷ୍ଟ କରିବାକୁ ପଡ଼ୁଥିବାରୁ ଏହି ଖେଳ ପ୍ରତି ଆଉ ଆଗ୍ରହ ପ୍ରକାଶ କରୁନଥିବା କହିଛନ୍ତି ବୁଦ୍ଧିଜୀବୀ ।