କାତାର ଗଲା ବଲାଙ୍ଗୀର ଅଣ୍ଡା । ଫିଫା ବିଶ୍ୱକପ୍ ଚାଲିଥିବାରୁ ବଢିଛି ଅଣ୍ଡାର ବ୍ୟବହାର ।

986

କନକ ବ୍ୟୁରୋ: କାତାର ଗଲା ବଲାଙ୍ଗୀର ଅଣ୍ଡା । ସେଠାରେ ଫିଫା ୱାଲର୍ଡ଼ କପ୍ ଚାଲିଥିବାରୁ ଏହାର ବ୍ୟବହାର ବଢିଥିବା କୁହାଯାଉଛି । ତେଣୁ ବଲାଙ୍ଗୀରରୁ କତାର ରପ୍ତାନୀ ହୋଇଛି ଅଣ୍ଡା । ବଲାଙ୍ଗୀର ସଦର ମହକୁମା ଠାରୁ ଅଳ୍ପ ଦୂରରେ ଥିବା ଅଭୋ ଫାର୍ମରୁ ଏକ ସ୍ୱତନ୍ତ୍ର କଂଟେନରରେ ଏହି ଅଣ୍ଡା ପଠାଯାଇଛି । ଉନ୍ନତ ଓ ଆଧୁନିକ ପ୍ରଣାଳୀରେ ଏହି ଫାର୍ମରେ ଅଣ୍ଡା ଉତ୍ପାଦନ ହେଉଛି । ଏହି ଫାର୍ମରେ କାମ କରୁଥିବା ପ୍ରାୟ ୩୦୦ କର୍ମଚାରୀ ଉପକୃତ ହେଉଛନ୍ତି । କୁକୁଡ଼ା ଅଣ୍ଡା ଦେବା ଠାରୁ ଆରମ୍ଭ କରି ପ୍ୟାକିଙ୍ଗ ପର୍ଯ୍ୟନ୍ତ ସବୁକିଛି ମେସିନ୍ ମାଧ୍ୟମରେ କରାଯାଉଛି । କାତାରକୁ ଅଣ୍ଡା ପଠାଯାଉଥିବାରୁ ଖୁସି ପ୍ରକାଶ କରିଛନ୍ତି କର୍ମଚାରୀ ।