ରାଜଧାନୀ ରାଜରାସ୍ତାରେ ଶିକ୍ଷକ, ଗଛତଳେ ଛାତ୍ରଛାତ୍ରୀ । ଷଷ୍ଠରୁ ଅଷ୍ଟମ ଶ୍ରେଣୀର ଛାତ୍ରଛାତ୍ରୀଙ୍କୁ ପାଠ ପଢାଉଛନ୍ତି ଜଣେ ମାତ୍ର ଶିକ୍ଷକ ।

84

କନକ ବ୍ୟୁରୋ: ରାଜଧାନୀ ରାଜରାସ୍ତାରେ ଶିକ୍ଷକ । ଗଛ ତଳେ ଛାତ୍ରଛାତ୍ରୀ । ଏଭଳି ଘଟଣା ଦେଖିବାକୁ ମିଳିଛି ସୋର ବ୍ଳକ ଅନ୍ତର୍ଗତ ଶିଙ୍ଗାଖୁଣ୍ଟା ପଞ୍ଚାୟତ ମହେନ୍ଦ୍ରନାଥ ଉ.ପ୍ରା ବିଦ୍ୟାଳୟରେ । ୩ଦଫା ଦାବି ନେଇ ରାଜଧାନୀରେ ଶିକ୍ଷକ ଆନ୍ଦୋଳନ ଚାଲିଥିବା ବେଳେ ଏହାର ପ୍ରଭାବରେ ଶିକ୍ଷାଦାନ ବାଧାପ୍ରାପ୍ତ ହେଉଛି । ସୂଚନା ଅନୁସାରେ ଏହି ସ୍କୁଲରେ ୩ ଜଣ ଶିକ୍ଷକ ଥିବା ବେଳେ ୨ଜଣ ଶିକ୍ଷକ ଆନ୍ଦୋଳନ ପାଇଁ ଛୁଟିରେ ଅଛନ୍ତି । ଜଣେ ଶିକ୍ଷକ ପିଲାମାନଙ୍କୁ ଗଛମୂଳେ ପାଠ ପଢାଉଥିବାର ଦେଖିବାକୁ ମିଳିଛି । ସରକାର ପିଲାଙ୍କ ଭବିଷ୍ୟତ ଗଢିବା ପାଇଁ ୫-ଟି ସ୍କୁଲର ନାରା ଦେଉଥିବା ବେଳେ ଏହାର ଓଲଟା ଚିତ୍ର ଦେଖିବାକୁ ମିଳିଛି । ଦିନ କେଇଟା ପରେ ପିଲାଙ୍କ ପରୀକ୍ଷା ରହିଥିବା ବେଳେ ପାଠପଢା ପାଇଁ ଅଭିଭାବକ ମହଲରେ ଅସନ୍ତୋଷ ଦେଖାଦେଇଛି । ଗଛ ତଳେ ଷଷ୍ଠରୁ ଅଷ୍ଟମ ଶ୍ରେଣୀ ଛାତ୍ରଛାତ୍ରୀ ପାଠ ପଢୁଛନ୍ତି ।