ଶିମିଳିପାଳରେ ଗୁଳିମାଡ଼ରେ ଯୁବକଙ୍କ ମୃତ୍ୟୁ ଘଟଣା : ମୃତ ଯୁବକ ଶିକାରୀ ବୋଲି ସ୍ପଷ୍ଟ କଲେ ଆଞ୍ଚଳିକ ମୁଖ୍ୟ ବନ ସଂରକ୍ଷକ 

1,047

କନକ ବ୍ୟୁରୋ : ଶିମଳିପାଳରେ ଗୁଳିମାଡରେ ଯୁବକଙ୍କ ମୃତ୍ୟୁ ଘଟଣା । ମୃତ ଯୁବକ ଜଣକ ଶିକାରୀ ବୋଲି ସ୍ପଷ୍ଟ କରିଛନ୍ତି ଶିମିଳିପାଳ କର୍ତୃପକ୍ଷ । ଗତ ୩୧ରେ ସଂଧ୍ୟାରେ ପାଟ୍ରୋଲିଂ ସମୟରେ ବନ ବିଭାଗ ଓ ଶିକାରୀ ଉଭୟ ମୁହାଁମୁହିଁ ହୋଇଥିଲେ ।

ତେବେ ଶିକାରୀମାନେ ହାତରେ ବନ୍ଧୁକ ଓ ଧନୁତୀର ଧରି ବନ କର୍ମଚାରୀମାନଙ୍କୁ ଆକ୍ରମଣ କରିଥିଲେ । ଯାହାଫଳରେ ବନ ବିଭାଗ ପକ୍ଷରୁ ଆତ୍ମରକ୍ଷା ପାଇଁ ଫାଙ୍କା ଗୁଳିଚାଳନା କରିଥିଲେ । ଏଥିରେ ଶିକାରୀମାନେ ଭୟଭୀତ ହୋଇ ଅସ୍ତ୍ରଶସ୍ତ୍ର ଛାଡି ଘଟଣା ସ୍ଥଳରୁ ଖସି ଯାଇଥିଲେ । ବନ କର୍ମଚାରୀ ମାନେ ଘଟଣାସ୍ଥଳରୁ  ଗୋଟିଏ ଦେଶୀ ବନ୍ଧୁକ, ୫ଟି ଧନୁ ଓ କିଛି ଧନୁ ତୀର ଜବତ କରିଛନ୍ତି । ଯୁବକଙ୍କ ମୃତ୍ୟୁ ନେଇ ସମ୍ପୁର୍ଣ୍ଣର୍ ତଥ୍ୟ ଆସିନଥିଲେ ବି ଶବ ବ୍ୟବଚ୍ଛେଦ ସମୟରେ ମୃତ ଯୁବକଙ୍କ ଛାତିରୁ ୩ଟି ଗୁଳି ବାହାରିଥିବା ଜଣାଇଛନ୍ତି ଶିମିଳିପାଳ କତୃପକ୍ଷ ।