ୟୁଟ୍ୟୁବରୁ ମାସକୁ ଲକ୍ଷ ଲକ୍ଷ ଟଙ୍କା ରୋଜଗାର କରୁଛନ୍ତି ନୀତିନ ଗଡକରୀ, ଜାଣନ୍ତୁ କେମିତି ?

10,733

କନକ ବ୍ୟୁରୋ : କେନ୍ଦ୍ରୀୟ ପରିବହନ ମନ୍ତ୍ରୀ ନୀତିନ ଗଡକରୀ ବି ଏକ ୟୁଟ୍ୟୁବ୍ ଚ୍ୟାନେଲ ଚଳାଉଛନ୍ତି । କେବଳ ଚଳାଉ ନାହାଁନ୍ତି ବରଂ ଏହି ୟୁଟ୍ୟୁବ୍ ମାଧ୍ୟମରେ ସେ ମାସିକ ଲକ୍ଷ ଲକ୍ଷ ଟଙ୍କା ରୋଜଗାର କରୁଛନ୍ତି । ଏନେଇ ନିଜେ କେନ୍ଦ୍ରମନ୍ତ୍ରୀ ନୀତିନ ଗଡକରୀ ସୂଚନା ଦେଇଛନ୍ତି । ସେ ୟୁଟ୍ୟୁବରେ କିଭଳି ବିଷୟ ବସ୍ତୁ ଉପସ୍ଥାପନ କରନ୍ତି ଓ ଏଥିରୁ ତାଙ୍କୁ ମାସିକ କେତେ ଟଙ୍କା ମିଳେ ତାହା ଜାଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ ।

ଇଣ୍ଡିଆନ ଇକୋନୋମୀ କନକ୍ଲେବ-୨୦୨୩ କାର୍ଯ୍ୟକ୍ରମରେ ପହଂଚି କେନ୍ଦ୍ରମନ୍ତ୍ରୀ କହିଛନ୍ତି କି ସେ ୨୦୧୫ ମସିହାରେ ନିଜର ଏକ ୟୁଟ୍ୟୁବ୍ ଚ୍ୟାନେଲ ଆରମ୍ଭ କରିଥିଲେ । ଏଥିରେ ସେ ତାଙ୍କର ସମସ୍ତ ଭାଷଣ ଓ ସାମ୍ବାଦିକ ସମ୍ମିଳନୀ ଓ ଗଣମାଧ୍ୟମକୁ ଦେଉଥିବା ବୟାନର ଭିଡିଓ ଅପଲୋଡ କରନ୍ତି । ଏପର୍ଯ୍ୟନ୍ତ ତାଙ୍କ ୟୁଟ୍ୟୁବ୍ ଚ୍ୟାନେଲରେ ୫.୨୭ ଲକ୍ଷ ସବସ୍କ୍ରାଇବର ଅଛନ୍ତି ।

କେନ୍ଦ୍ରମନ୍ତ୍ରୀ ତାଙ୍କ ୟୁଟ୍ୟୁବ୍ ଚ୍ୟାନେଲ ଉପରେ କହିଛନ୍ତି କି ୟୁଟ୍ୟୁବ୍ ଚ୍ୟାନେଲରେ ସବୁକିଛି ଠିକ୍ ନଥାଏ । ଏଥିରେ ଅନେକ ସମସ୍ୟା ଥାଏ ଓ ତାକୁ ଲଗାତର ଭାବେ ସୁଧାରିବାକୁ ପଡିଥାଏ । ଏହାକୁ ସେ ରାଜନୀତି ସହିତ ମଧ୍ୟ ଯୋଡିଛନ୍ତି । ସେ କହିଛନ୍ତି କି ୟୁଟ୍ୟୁବ ଚ୍ୟାନେଲ ଭଳି ବ୍ୟବସ୍ଥାରେ ମଧ୍ୟ ଅନେକ ବ୍ୟତିକ୍ରମ ଥାଏ ଯାହାକୁ ଲଗାତର ଭାବେ ସଜାଡିବାକୁ ପଡିଥାଏ ।

କେନ୍ଦ୍ରମନ୍ତ୍ରୀ ନୀତିନ୍ ଗଡକରୀ କହିଛନ୍ତି କି ସେ ତାଙ୍କ ୟୁଟ୍ୟୁବ୍ ଚ୍ୟାନେଲ ମାଧ୍ୟମରେ ମାସିକ ୪ଲକ୍ଷ ଟଙ୍କା ରୋଜଗାର କରୁଛନ୍ତି । କରୋନା ମହାମାରୀ ସମୟରେ ତାଙ୍କର ଅନେକ ଭାଷଣ ସେ ୟୁଟ୍ୟୁବରେ ଅପଲୋଡ କରିଥିଲେ । ଏଥିରେ ତାଙ୍କ ଚ୍ୟାନେଲକୁ ଅଧିକ ଲୋକ ସବସ୍କ୍ରାଇବ କରିଥିଲେ ।