ରାଜଧାନୀକୁ ପୁଣି ଫେରିଲା କଣ୍ଟେନମେଣ୍ଟ ଜୋନ୍ । କସମପଲ୍ଲୀ ଆପାର୍ଟମେଣ୍ଟର ୪ଟି ଫ୍ଲାଟ୍ ସିଲ୍ ।

243

କନକ ବ୍ୟୁରୋ: ରାଜଧାନୀକୁ ପୁଣି ଫେରିଲା କଣ୍ଟେନମେଣ୍ଟ ଜୋନ୍ । ଗତକାଲି ବମିଖାଲ ଏବଂ ଭିଏସଏସ ନଗରର କିଛି  ଅଂଚଳକୁ କଣ୍ଟେନମେଣ୍ଟ ଜୋନ୍ ଘୋଷଣା କରିବା ପରେ ବୁଧବାର କସମପଲ୍ଲୀ ଆପାର୍ଟମେଣ୍ଟର ୪ଟି ଫ୍ଲାଟକୁ କଣ୍ଟେନମେଣ୍ଟ ଜୋନ୍ ଘୋଷଣା କରିଛି ବିଏମସି । ସମ୍ପୃକ୍ତ ଆପାର୍ଟମେଣ୍ଟର ଫ୍ଲାଟରୁ ୮ ଜଣ ବ୍ୟକ୍ତି ପଜିଟିଭ୍ ଚିହ୍ନଟ ହେବା ପରେ ବିଏମସି ତରଫରୁ ଏଭଳି ତକ୍ରାଳ ନିଷ୍ପତ୍ତି ନିଆଯାଇଛି ।

ବିଏମସି ତରଫରୁ କୁହାଯାଇଛି ଯେ, ଲୋକଙ୍କ ସ୍ୱାସ୍ଥ୍ୟକୁ ଆଖି ଆଗରେ ରଖି ଏଭଳି ନିଷ୍ପତ୍ତି ନିଆଯାଇଛି । ଏହି କଣ୍ଟେନମେଣ୍ଟ ଜୋନକୁ ଲୋକଙ୍କ ପ୍ରବେଶ ମଧ୍ୟ ବାରଣ କରାଯାଇଛି । ତା ସହିତ କଣ୍ଟେନମେଣ୍ଟ ଜୋନ୍ ଭିତରେ ରହୁଥିବା ଲୋକଙ୍କୁ ଘରେ ରହିବାକୁ ବିଏମସି ତରଫରୁ ନିର୍ଦ୍ଦେଶ ଦିଆଯାଇଛି । ଅନ୍ୟପଟେ ଏହି କଣ୍ଟେନମେଣ୍ଟ ଜୋନ୍ ଭିତରେ ଥିବା ସମସ୍ତ ସରକାରୀ ଓ ବେସରକାରୀ ଅନୁଷ୍ଠାନ ମଧ୍ୟ ବନ୍ଦ ରହିବ ବୋଲି କୁହାଯାଇଛି ।