ଭୋଟ ପୂର୍ବରୁ ଭଣ୍ଡାର ଖୋଲିଲେ ସରକାର । ୯୬ ଲକ୍ଷ ପରିବାରକୁ ୯୬୦ କୋଟି ଟଙ୍କା

506

କନକ ବ୍ୟୁରୋ: ନିର୍ବାଚନ ମୁଡରେ ରାଜ୍ୟ ସରକାର । ପଞ୍ଚାୟତ ଓ ପୌର ନିର୍ବାଚନ ପୂର୍ବରୁ ଭଣ୍ଡାର ଖୋଲି ଦେଇଛନ୍ତି ସରକାର । କରୋନା ସହାୟତା ପାଇଁ ଆର୍ଥିକ ସହାୟତା, ବିଜୁ ପକ୍କା ଘର ଓ ଘର ପାଇନଥିବା ହିତାଧିକାରୀଙ୍କୁ ଘର ମରାମତି ପାଇଁ ସହାୟତା ପରେ ମିଶନ ଶକ୍ତି ପାଇଁ ବି ଘୋଷଣା କରିଛନ୍ତି ରାଜ୍ୟ ସରକାର । କୋଭିଡ୍ ସହାୟତା ପାଇଁ ଘୋଷଣା କରିଥିବା ସରକାର ଆଜି ୧ ହଜାର ଟଙ୍କା ଲେଖାଏଁ ପଠାଇଛନ୍ତି । ଏଥିରେ ୯୬ ଲକ୍ଷ ପରିବାର ଉପକୃତ ହେବେ, ଏଥିପାଇଁ ଖର୍ଚ୍ଚ ହେବ ୯୬୦ କୋଟି ଟଙ୍କା ।

ପୌର ଓ ପଞ୍ଚାୟତ ନିର୍ବାଚନ ପୂର୍ବରୁ ରାଜକୋଷ ଖୋଲି ଦେଇଛନ୍ତି ସରକାର । ମଙ୍ଗଳବାର ଦିନ ଘର ସଜାଡିବା ପାଇଁ ଆର୍ଥିକ ସହାୟତା ଦେଇଥିବା ବେଳେ ବୁଧବାର ଦିନ କୋଭିଡ୍ ସହାୟତା ପାଇଁ ୧ ହଜାର ଟଙ୍କା ଲେଖାଏଁ ଦେଇଛନ୍ତି ରାଜ୍ୟ ସରକାର । ଯେଉଁଥିରେ ୯୬ ଲକ୍ଷ ପରିବାର ଉପକୃତ ହେବେ । ଏଥିପାଇଁ ୯୬୦ କୋଟି ଟଙ୍କା ଖର୍ଚ୍ଚ ହେବ । ମୁଖ୍ୟମନ୍ତ୍ରୀ ଏହାର ଶୁଭାରମ୍ଭ କରିବା ସହ ୭ ଦିନ ମଧ୍ୟରେ ସମସ୍ତ ହିତାଧିକାରୀଙ୍କୁ ଦେବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି ।

ନଜର ପକାନ୍ତୁ କିଏ ପାଇବେ କୋଭିଡ୍ ସହାୟତା?
ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ସାମିଲ ଥିଲେ ମିଳିବ ସହାୟତା । ସ୍ୱାସ୍ଥ୍ୟ କାର୍ଡ ପାଇନଥିଲେ, ରାସନ୍ କାର୍ଡ ଥିବା ହିତାଧିକାରୀଙ୍କୁ ମିଳିବ ଟଙ୍କା । ସେହିପରି ମିଶନ ଶକ୍ତି ପାଇଁ ବଡ଼ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏଣିକି ଗ୍ରାମ ପଞ୍ଚାୟତ ଓ ବ୍ଲକ ସ୍ତରୀୟ ଫେଡେରେସନର ନିର୍ବାହୀ କମିଟି ସଦସ୍ୟାମାନଙ୍କୁ ମିଳିବ ମିଟିଂ ଓ ଗସ୍ତ ଭତ୍ତା ।

ମିଶନ ଶକ୍ତି ପାଇଁ ଘୋଷଣା

  • ମିଟିଂ ଓ ଗସ୍ତ ଭତ୍ତା ବାବଦରେ ଖର୍ଚ୍ଚ ହେବ ୨୧୭ କୋଟି
  • ୧.୩୮ ଲକ୍ଷ ସ୍ୱୟଂ ସହାୟକ ଗୋଷ୍ଠୀଙ୍କୁ ସୁଧ ରିହାତି ଟଙ୍କାର ହେବ ଇ-ଟ୍ରାନ୍ସଫର
  • ସୁଧ ରିହାତି ବାବଦକୁ ୬୫ କୋଟି
  • ଲୋକର୍ପଣ ହେଲା ମିଶନ ଶକ୍ତି ଇ-ମାର୍କେଟ ପୋର୍ଟାଲ
  • ଭୁବନେଶ୍ୱରରେ ମିଶନ ଶକ୍ତି ବଜାରର ଭିତ୍ତିପ୍ରସ୍ତର ସ୍ଥାପନ