ହିରୋ କରିବା ପାଇଁ ଓଡିଆ ଅଭିନେତାଙ୍କୁ ଟଙ୍କା ମାଗି ଫସିଲେ ପ୍ରଯୋଜକ: ପୋଲିସ ଡାକି ସୁଟିଂ ବନ୍ଦ କଲେ ଅଭିନେତା

557

କନକ ବ୍ୟୁରୋ: ଏହା କୌଣସି ଫିଲ୍ମର ସୁଟିଂ ନୁହେଁ । ବରଂ ସୁଟିଂ ସେଟରେ ଚାଲିଛି ହଙ୍ଗାମା । ମଙ୍ଗଳବାର ସକାଳେ ଏକ ମ୍ୟୁଜିକ ଭିଡିଓର ସୁଟିଂ ନେଇ ଭୁବନେଶ୍ୱରର ଜୟଦେବ ବାଟିକାରେ ହାଇଡ୍ରାମା ଦେଖିବାକୁ ମିଳିଛି । ଅଭିଯୋଗ ଅନୁସାରେ, ମୁମ୍ବାଇ ଅଭିନେତ୍ରୀ ଆକାଂକ୍ଷା ଶର୍ମାଙ୍କ ସହ ଏକ ମ୍ୟୁଜିକ ଭିଡିଓର ସୁଟ କରିବାକୁ ଚୁକ୍ତିବଦ୍ଧ ହୋଇଥିଲେ ଅଭିନେତା ହିତେଶ ଦାସ । କିନ୍ତୁ ମ୍ୟୁଜିକ ଭିଡିଓ ପ୍ରଯୋଜକ ତଥା ନିର୍ଦ୍ଦେଶକ କୈଳାସ ରଥୀ ସୁଟିଂ ପୂର୍ବଦିନ ହିତେଶଙ୍କୁ ଟଙ୍କା ମାଗିଥିଲେ । ମଙ୍ଗଳବାର ସକାଳେ ସୁଟିଂ ଆରମ୍ଭ ହେବାକୁ ଥିବାବେଳେ ପୁଲିସ ସହ ପଂହଚିଯାଇଥିଲେ ହିତେଶ । ଆଉ ଜୟଦେବ ବାଟିକାରେ କିଛି ସମୟ ଧରି ହଙ୍ଗାମା ହୋଇଥିଲା ।

ଜୟଦେବା ବାଟିକାରେ ଚାଲିଥିବା ସୁଟିଂ ସେଟରେ ବହୁ ସମୟ ଧରି ହଙ୍ଗାମା ପରେ ପୁଲିସ ପଂହଚି ସ୍ଥିତିକୁ ନିୟନ୍ତ୍ରଣ କରିଛି । ସୁଟିଂ ଅଧାରେ ବନ୍ଦ ହୋଇଥିବାବେଳେ ନିର୍ଦ୍ଦେଶକ ଓ ପ୍ରଯୋଜକଙ୍କୁୁ ଆଣି ଥାନାରେ ପଚରାଉଚରା ପରେ ଛାଡିଦେଇଛି । ସୁଟିଂ ଅଧାରେ ବନ୍ଦ ହୋଇଯାଇଥିବାରୁ ନିରାଶ ହୋଇଛନ୍ତି ମୁମ୍ବାଇରୁ ଆସିଥିବା ଅଭିନେତ୍ରୀ ଆକାଂକ୍ଷା ଶର୍ମା । ଏକ ନିର୍ଦ୍ଦିଷ୍ଟ ପ୍ର ଯୋଜନା ସଂସ୍ଥା ସହ ଅନୁବନ୍ଧିତ ହୋଇଥିବାରୁ ଆକାଂକ୍ଷା ସୁଂଟି ପାଇଁ ଭୁବନେଶ୍ୱର ଆସିଥିଲେ ।

ମ୍ୟୁଜିକ ଭିଡିଓ ସୁଟିଂ କରିବାକୁ ହେଲେ ଏଥିପାଇଁ ପୂର୍ବପ୍ରସ୍ତୁତି ଆବଶ୍ୟକ ହୋଇଥାଏ । କଳାକାରଙ୍କୁ ଆଗରୁ ଚୟନ କରାଯାଇଥାଏ । ସେହି ଅନୁସାରେ ସେମାନଙ୍କୁ ଅନୁବନ୍ଧିତ ବି କରାଯାଇଥାଏ । କିନ୍ତୁ ସୁଟିଂ ପୂର୍ବଦିନ ଅଭିନେତାଙ୍କୁ କାହିଁକି ଟଙ୍କା ମଗାଗଲା ତାହା ଚର୍ଚ୍ଚାର ବିଷୟ ହୋଇଛି । ଯଦି ସୁଟିଂ ପାଇଁ ଅଧିକ ଟଙ୍କା ଦେଇ ମୁମ୍ବାଇରୁ ଅଭିନେତ୍ରୀ ଅଣାଯାଉଛି, ସ୍ଥାନୀୟ ଅଭିନେତାଙ୍କୁ ପାଉଣା ଦେବାକୁ ପ୍ର ଯୋଜନା ସଂସ୍ଥା ମନାକରୁଛନ୍ତି କାହିଁକି ।