ଇଂଲଣ୍ଡ,ଦକ୍ଷିଣ ଆଫ୍ରିକା ବିପକ୍ଷ ସିରିଜ, ଘୋଷଣା ହେଲା ଭାରତୀୟ ଦଳ

396

କନକ ବ୍ୟୁରୋ : ଦକ୍ଷିଣ ଆଫ୍ରିକା ସିରିଜ ପାଇଁ ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ ଭାରତୀୟ ଟିମ୍ ଘୋଷଣା କରିଛି । ଟେଷ୍ଟ ମ୍ୟାଚ ପାଇଁ ଘୋଷଣା ହୋଇଥିବା ଦଳରେ ରୋହିତ ଶର୍ମା (କ୍ୟାପଟେନ), କେ.ଏଲ ରାହୁଲ (ଉପ ଅଧିନାୟକ), ଶୁଭମନ ଗିଲ, ବିରାଟ କୋହଲି, ଶ୍ରେୟସ ଆୟାର, ହନୁମାନ ବିହାରୀ, ଚେତେଶ୍ୱର ପୁଜାରା, ରିସବ ପନ୍ତ (ୱିକେଟ କିପର), କେ,ଏସ ଭାରତ(ୱିକେଟ କିପର), ରବିନ୍ଦ୍ର ଜାଡେଜା, ଆର,ଅଶ୍ୱନୀ, ଶାରଦୁଲ ଠାକୁର, ମହମ୍ମଦ ସାମୀ, ଜଶପ୍ରିତ ବୁମରା, ମହମ୍ମଦ ସିରାଜ, ଉମେଶ ଯାଦବ, ପ୍ରସିଦ୍ଧ କ୍ରିଷ୍ଣାଙ୍କୁ ସ୍ଥାନ ମିଳିଛି ।

 

ସେହିଭଳି ଦକ୍ଷୀଣ ଆଫ୍ରିକା ଟିମ୍ ସହ ଭାରତୀୟ ଟିମ୍ ଖେଳିବାକୁ ଥିବା ଟି-୨୦ ମ୍ୟାଚ ପାଇଁ ମଧ୍ୟ ଖେଳାଳୀ ଘୋଷଣା କରିଛି ବିସିସିଆଇ । ଏହି ଟିମ୍ ରେ କେ.ଏଲ ରାହୁଲ (କ୍ୟାପଟେନ) ରୁତୁରାଜ ଗାଇକୱାଡ୍, ଇଶାନ କିଷନ,ଦୀପକ ହୋଡା, ଶ୍ରେୟସ ଆୟର, ରିଷଭ ପନ୍ତ, ଦିନେଶ କାର୍ତ୍ତିକ, ହାର୍ଦ୍ଦିକ ପାଣ୍ଡ୍ୟା, ଭେଙ୍କଟେଶ ଆୟର, ୟୁବେନ୍ଦ୍ର ଚହଲ, କୁଲଦୀପ ଯାଦବ, ଅକ୍ସର ପଟେଲ, ଆର ବିଷ୍ଣୁଇ, ଭୁବନେଶ୍ୱର କୁମାର, ହର୍ସଲ ପଟେଲ, ଅଭେଶ ଖାନ, ଅଶ୍ରଦୀପ ସିଂ, ଉମରାନ ମଲ୍ଲିକ ସ୍ଥାନ ପାଇଛନ୍ତି ।