ଦକ୍ଷିଣ ଆଫ୍ରିକା ବିପକ୍ଷ ଟି-୨୦ ସିରିଜ୍ ପାଇଁ ଭାରତୀୟ ଦଳ ଘୋଷଣା । ରୋହିତ ଶର୍ମା, ବିରାଟ କୋହଲିଙ୍କୁ ବିଶ୍ରାମ । ଉମରାନ ମଲ୍ଲିକ, ଅର୍ଶଦୀପ ସିଂହଙ୍କୁ ସୁଯୋଗ ।

304

କନକ ବ୍ୟୁରୋ: ଭାରତ ଓ ଦକ୍ଷିଣ ଆଫ୍ରିକା ଭିତରେ ହେବାକୁ ଥିବା ଟି-୨୦ ସିରିଜ୍ ପାଇଁ ଘୋଷଣା ହୋଇଛି ଭାରତୀୟ ଦଳ । ଏହି ସିରିଜ୍ ପାଇଁ କେ ଏଲ ରାହୁଲଙ୍କୁ ଅଧିନାୟକ ଦାୟିତ୍ୱ ଦିଆଯାଇଛି । ତେବେ ଦଳର ବଡ ଚେହେରା ରୋହିତ ଶର୍ମା, ବିରାଟ କୋହଲିଙ୍କୁ ଏହି ସିରିଜରୁ ବିଶ୍ରାମ ଦିଆଯାଇଛି । ତା ସହିତ ନୂଆ ମୁହଁଙ୍କୁ ମଧ୍ୟ ସୁଯୋଗ ଦିଆଯାଇଛି ।

ଅନ୍ୟପଟେ ଦୀର୍ଘ ଦିନର ବ୍ୟବଧାନ ପରେ ହାର୍ଦ୍ଦିକ ପାଣ୍ଡ୍ୟା, ଦିନେଶ କାର୍ତ୍ତିକ, କୁଲଦୀପ ଯାଦବ ଓ ୟୁଜବେନ୍ଦ୍ର ଚହଲଙ୍କ ଭଳି ଖେଳାଳି ଟି-୨୦ ସିରିଜ୍ ପାଇଁ ଡକରା ପାଇଛନ୍ତି । ତା ସହିତ ଆଇପିଏଲରେ ଦମଦାର ପ୍ରଦର୍ଶନ କରିଥିବା ଦ୍ରୁତ ବୋଲର ଉମରାନ୍ ମଲ୍ଲିକ ଓ ଅର୍ଶଦୀପ ସିଂହଙ୍କୁ ମଧ୍ୟ ଟି-୨୦ ଦଳରେ ସୁଯୋଗ ମିଳିଛି ।

ସେପଟେ ଇଂଲଣ୍ଡ ବିପକ୍ଷ ଟେଷ୍ଟ ପାଇଁ ମଧ୍ୟ ଭାରତୀୟ ଦଳ ଘୋଷଣା ହୋଇଛି । ଏତିରେ ରୋହିତ ଶର୍ମା ଦଳର କମାଣ ସମ୍ଭାଳିବେ । ଏହି ସିିରିଜ୍ ପାଇଁ କେ ଏଲ ରାହୁଲ ଉପ ଅଧିନାୟକ ନିଯୁକ୍ତ ହୋଇଛନ୍ତି ।